ବନକ ଲାଗି ନୀତି ବିବାଦ: ଆଲୋଚନା ପାଇଁ କାଲି ବସିବ ବୈଠକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମହାପ୍ରଭୁଙ୍କ ବନକ ଲାଗି ନୀତି ନେଇ ଆଲୋଚନା ପାଇଁ କାଲି ବସିବ ବୈଠକ। ବୈଠକରେ ମହାପ୍ରଭୁଙ୍କ ବନକ ଲାଗି ନୀତି ବିଳମ୍ବ ନେଇ ଆଲୋଚନା ହେବ। ବୁଧବାର ନା ଗୁରୁବାର, କେଉଁ ବାରରେ ହେବ ବନକ ଲାଗି ନୀତି ସେନେଇ ନିଷ୍ପତ୍ତି ବାହାରିବ। ଗତ ନୀତି ସବକମିଟି ବୈଠକରେ ବନକ ଲାଗି ନୀତି ପାଇଁ ମତାମତ ସଂଗ୍ରହ କରାଯାଇଥିଲା। ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏନେଇ ଚୂଡାନ୍ତ ନିଷ୍ପତ୍ତି ବାହାରିବ। ଏହାସହ ଶ୍ରୀମନ୍ଦିର ସେବାୟତ କଲ୍ୟାଣ ଯୋଜନା, ଗୁରୁକୂଳ ଏବଂ ସେବାୟତ ଆବାସ ଯୋଜନା ନେଇ ମଧ୍ୟ ଆଲୋଚନା ହେବ।

ପୂର୍ବରୁ ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନର ନିର୍ଦ୍ଧାରିତ ସମୟରେ ଦତ୍ତ ମହାପାତ୍ର ନିଯୋଗ ସହମତି ଜଣାଇଛି। କେବଳ ବୁଧବାର ନୁହେଁ ବରଂ ବୁଧବାର ଏବଂ ଗୁରୁବାର ଦିନ ମହାପ୍ରଭୁଙ୍କ ବନକ ଲାଗି ନୀତି କରିବାକୁ ଦତ୍ତମହାପାତ୍ର ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଦତ୍ତମହାପାତ୍ର ସେବାୟତଙ୍କ ମଧ୍ୟରେ ଟଣା ଓଟରା ଯୋଗୁ ମହାପ୍ରଭୁ ଙ୍କ ଏକ ମାସ ହେବ ବନକଲାଗି ନୀତି ହୋଇପାରିନାହିଁ।

Leave A Reply

Your email address will not be published.