୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସପ୍ଟ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଧିରେ ଧିରେ ସଫଳ ହେଉଛି ଇସ୍ରୋର ଚନ୍ଦ୍ରଯାନ-୩ ମିଶନ । ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର ଅଭିମୁଖେ ଯାତ୍ରା କରିଛି ଚନ୍ଦ୍ରଯାନ-୩ । ସ୍ଲିଂସଟ୍ ମାଧ୍ୟମରେ ଏହାକୁ ଚନ୍ଦ୍ରକକ୍ଷ ଆଡ଼କୁ ଛଡ଼ା ଯାଇଛି । ଏହାସହ ଟ୍ରାନ୍ସଲୁନାର ଏଞ୍ଜେକ୍ସନ ବା ଟିଏଲଆଇ ସଫଳ ହୋଇଛି । ଏନେଇ ଇସ୍ରୋ ଟୁଇଟ୍ କରି ସୂଚନା ଦେଇଛି । ଆସନ୍ତା ଅଗଷ୍ଟ ୫ ତାରିଖରେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷପଥରେ ପହଞ୍ଚିବ ଏବଂ ୨୩ ତାରିଖରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡ କରିବ ।

ଚନ୍ଦ୍ରଯାନ-୩ର ଦୂରତା ପୃଥିବୀ ଠାରୁ ୨୩୬ କିଲୋମିଟର ଦୂରରେ ରହିଥିବା ବେଳେ ଇଞ୍ଜିନକୁ ଚାଲୁ କରାଯାଇଥିଲା । ଚନ୍ଦ୍ରଯାନ-୩ରେ ଲ୍ୟାଣ୍ଡର, ରୋଭର ଓ ପ୍ରପଲସନ୍ ମଡ୍ୟୁଲ ରହିଛି । ଲ୍ୟାଣ୍ଡର ଓ ରୋଭର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଏବଂ ୧୪ ଦିନ ଯାଏଁ ସେଠାରେ ଘୁରିବ ।

Leave A Reply

Your email address will not be published.