ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହରିୟାଣାରେ ହିଂସା ଘଟଣାକୁ ନେଇ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି । ବଜରଙ୍ଗ ଦଳ, ବିହିପ ଓ ଅନ୍ୟ ହିନ୍ଦୁ ସଙ୍ଗଠନ ପକ୍ଷରୁ ନୁହରେ ଜୁଲାଇ ୩୧ ଅର୍ଥାତ୍ ସୋମବାର ବାହାରା କରାଯାଇଥିବା ଜଳାଭିଷେକ ଯାତ୍ରାରେ ହୋଇଥିବା ଆକ୍ରମଣ ପରେ ଏହାଦ୍ୱାରା ଉପୁଜିଥିବା ହିଂସାର ନିଆଁରେ ଦକ୍ଷିଣ ହରିୟାଣା ଏବେବି ଜଳୁଛି। ଦୁଇ ଦିନ ହେବ ପୋଲିସ ଓ କେନ୍ଦ୍ରୀୟ ସୁରକ୍ଷା କର୍ମୀ ମୁତୟନ ହେବା ପରେ ହିଂସା ସାମାନ୍ୟ ଥମିଛି। ହରିୟାଣାର ନୁହରେ ସୋମବାର ଦୁଇ ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ହିଂସା ଘଟଣା ପରେ ପ୍ରଶାସନ ଆଲର୍ଟରେ ରହିଛି। ଗୁରୁବାର ବି ନୁହରେ କର୍ଫ୍ୟୁ ଜାରି ରହିଛି।
ଆକ୍ରମଣକାରୀଙ୍କୁ ଦେଖି ଜିଲା ଡେପୁଟି କମିଶନର ପ୍ରଶାନ୍ତ ପଓ୍ବାର ଧାରା ୧୪୪ ଲାଗୁ କରିଛନ୍ତି। ଅଗଷ୍ଟ ୫ ପର୍ୟ୍ୟନ୍ତ ଏଠାରେ ଇଣ୍ଟରନେଟ ସେବା ବନ୍ଦ କରି ଦିଆଯାଇଛି। ବୁଧବାର ଲଗାଯାଇଥିବା କର୍ଫ୍ୟୁରେ ଦିନ ୩ଟାରୁ ୫ ଟା ପର୍ୟ୍ୟନ୍ତ ସାମାନ୍ୟ ଢିଲା ଦିଆଯାଇଥିଲା।