ଭାରତୀୟ ମତ୍ସଜୀବୀଙ୍କୁ ମୁକ୍ତ କଲା ଇରାନ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଇରାନରୁ ଆସିଛି ଏକ ଭଲ ଖବର । ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରିଛି ଇରାନ। ନୌସେନା ଦ୍ୱାରା ଗିରଫ ହୋଇଥିବା ୭ ମତ୍ସଜୀବୀଙ୍କୁ ଗୁରୁବାର ମୁକ୍ତ କରାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଭି ମୁରଲୀଧରନ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ଇରାନ ଦ୍ୱାରା ମୁକ୍ତ ହୋଇଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରେ କେରଳର ଆଙ୍କୁଥେଙ୍ଗର ବାସିନ୍ଦା ଅଛନ୍ତି। ଇରାନ ରାଷ୍ଟ୍ରଦୂତ ଇରାଜ ଏଲାହି ଏନେଇକେନ୍ଦ୍ର ମନ୍ତ୍ରୀଙ୍କୁ ଭେଟିଥିଲେ ଏବଂ ଏ ବିଷୟରେ ଅବଗତ କରାଇଥିଲେ।

ସୂଚନାଯୋଗ୍ୟ, ଏହି ୭ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ପାଞ୍ଚ ଜଣ ଥିରୁବନନ୍ତପୁରମ ଜିଲାର କେରଳର ଆଙ୍କୁଥେଙ୍ଗର ବାସିନ୍ଦା। ମାଛ ଧରିବା ସମୟରେ ଏହି ମତ୍ସ୍ୟଜୀବୀ ରାସ୍ତା ଭୁଲିଯାଇଥିଲେ। ରାସ୍ତା ଭୁଲି ସେମାନେ ଇରାନର ଜଳପଥ ମଧ୍ୟରେ ପ୍ରବେଶ କରିଥିଲେ। ଏଥିଯୋଗୁ ଇରାନ ସେମାନଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ ମୁକ୍ତ କରିଛି ।

Leave A Reply

Your email address will not be published.