ଉପବାଚସ୍ପତିଙ୍କ ଘରେ ଚିତି ସାପ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଡ଼ିଶା ବିଧାନସଭା  ଉପ ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ବାସ ଭବନରେ ଚିତି ସାପ। ଉପବାଚସ୍ପତିଙ୍କ ଭୁବନେଶ୍ୱର ୟୁନିଟ ୧  ସ୍ଥିତ ସରକାରୀ ବାସ ଭବନରେ ଭିତରେ ଥିବା ଏକ ବାଥରୁମ ଭିତର ଜାଲିରେ ଏଇ ଚିତି ସାପ (Common Wolf Snake) ଫସି ଯାଇଥିଲା । ସାପଟି ଜାଲିର କଣା ଭିତରେ ପଶି ଯାଇଥିଲା ସିନା କିନ୍ତୁ ବାହାରି ପାରୁ ନ ଥିଲା । ଛଟପଟ ହେଉଥିଲା । କାର୍ଯ୍ୟାଳୟର କର୍ମଚାରୀ ମାନେ ଭୟଭୀତ ହୋଇ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ସାପଟିକୁ ବାହାରକୁ ବାହାର କରିବା ବାଟ ପାଇ ନଥିଲେ । କାରଣ ସାପଟି କିଛି ଗୋଟେ ଖାଇବା ପରେ ଷ୍ଟିଲ ଜାଲି ଭିତରେ ଗଳି ବାହାରିବାକୁ ଚେଷ୍ଟା କରି ଅଧା ବାଟରେ ଫସି ଯାଇଥିଲା ।

ଶୁଭେନ୍ଦୁ ଜାଲିଟିକୁ ଖୋଳି ବାହାର କରିଥିଲେ। ଜାଲିଟିକୁ ଖୋଳିବା ପରେ ସେଇ ଜାଲିରେ ଫସିଥିବା ଅବସ୍ଥାରେ ସାପଟିକୁ ନେଇ ସ୍ନେକ ହେଲ୍ପ ଲାଇନ କାର୍ଯ୍ୟାଳୟ କୁ ନେଇ ଆସିଥିଲେ । ମେଟାଲ କଟର ବ୍ୟବହାର କରି ଷ୍ଟିଲ ଜାଲିଟିକୁ କାଟିବା ପରେ ସାପ ଟି ମୁକ୍ତ ହୋଇଥିଲା । ଜାଲି ଫସି ଥିବା ଅବସ୍ଥାରେ ମୁକୁଳିବାକୁ ଚେଷ୍ଟା କରି ଭିଡ଼ି ମୋଡ଼ି ହେବା ସମୟରେ ସାପଟିର ଦେହରେ ସାମାନ୍ୟ ଆଘାତ ମଧ୍ୟ ଲାଗିଥିଲା । କ୍ଷତ ସ୍ଥାନରେ ବେଟାଡିନ ପାଉଡର ପକେଇବା ପରେ ସାପ ଟିକୁ ଅନ୍ୟତ୍ର ପ୍ରାକୃତିକ ଆବାସ ସ୍ଥଳୀରେ ଛାଡ଼ି ଦିଆଯାଇଛି । କଉଡ଼ିଆ ସାପ ବା କମନ ଉଲ୍ଫ ସ୍ନେକ୍ ବିଷ ହୀନ ସାପ ହୋଇଥିଲେ ହେଁ, ଲୋକମାନେ ଏହାର ଶରୀର ରଙ୍ଗ ପାଇଁ ବିଷଧର ଚିତି ସାପ ବୋଲି ଭ୍ରମରେ ପଡିଥାନ୍ତି ।

Leave A Reply

Your email address will not be published.