ନିର୍ବାଚନ ଲଢିବେ ସୀମା ହାଇଦର!

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପ୍ରେମ ପାଇଁ ସୀମା ଡେଇଁ ଆସିଥିବା ସୀମା ହାଇଦରଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । କିଏ କହୁଛି ପ୍ରେମ ପାଇଁ ସେ ଭାରତ ଆସିଛନ୍ତି ତଆଉ କିଏ କହୁଛି, ଏହା ପଛରେ କାଳେ ଏକ ବଡ଼ ଷଡ଼ଯନ୍ତ୍ର ଅଛି । କିନ୍ତୁ ଏହାରି ଭିତରେ ସୀମା ହାଇଦରଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ତାଙ୍କୁ ନିର୍ବାଚନରେ ଲଢିବା ପାଇଁ ଅଫର ମିଳିଛି । ଏନଡ଼ିଏର ସହଯୋଗୀ ଦଳ ତଥା କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେଙ୍କ ଦଳ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆରୁ ଏହି ପ୍ରସ୍ତାବ ମିଳିଛି । ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ଏବେ ସୀମାକୁ ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତାବ ଦେଇଛି । କେବଳ ସେତିକି ନୁହେଁ ଟିକେଟ ଯାଚିବା ପରେ ଏହାକୁ ସୀମା ସ୍ୱିକାର କରିଥିବା ଜଣାପଡିଛି । ଚର୍ଚ୍ଚା ହେଉଛି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଦଳ ତାଙ୍କୁ ମଇଦାନକୁ ଓହ୍ଲାଇବା ଚାହୁଁଛି ।

‘ଆରପିଆଇ’ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ କିଶୋର ମାସୁମ ସୀମାଙ୍କୁ ଦଳରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ । ଅଠାୱଲେ କହିଛନ୍ତି, ସୀମା ହାଇଦରଙ୍କ ସହ ଆମ ଦଳର କୈାଣସି ସମ୍ପର୍କ ନାହିଁ । ତାଙ୍କୁ ଦଳରେ ସାମିଲ କରିବାର କୈାଣସି ପ୍ରଶ୍ନ ଉଠୁ ନାହିଁ । ସୀମାକଙ୍କୁ ଟିକେଟ ଅଫର ନେଇ ଦଳରେ ଫାଟ ଦେଖାଦେଲାଣି ।

ସୀମାଙ୍କୁ ଆରପିଆଇ ଦଳ ପକ୍ଷରୁ ପ୍ରସ୍ତାବ ମିଳିଥିବା ଖବର ସାମ୍ନାକୁ ଆସିବା ସହ ମହିଳା ସଙ୍ଗଠନର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇପାରେ ବୋଲି କୁହାଯାଇଛି । ଏହା ସହ ତାଙ୍କ କହିବା ଶୈଳୀକୁ ନେଇ ଦଳର ମୁଖପାତ୍ର କରାଯାଇପାରେ । ତେବେ ସୁରକ୍ଷା ଏଜେନ୍ସିଙ୍କ ନିକଟରୁ କ୍ଲିନ ଚିଟ୍ ମିଳିବା ପରେ ଦଳ ନିଷ୍ପତି ନେବ ବୋଲି କୁହାଯାଉଛି ।

 

Leave A Reply

Your email address will not be published.