ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପାୟ

0

ମୁହଁରେ ଦେଖାଯାଉଥିବା ବ୍ରଣ କାରଣରୁ ସୌନ୍ଦର୍ୟ୍ୟ ନଷ୍ଟ ହୋଇଯାଏ। ଏହା ମୁହଁର ସୌନ୍ଦର୍ୟ୍ୟ ନଷ୍ଟ କରିବା ସହ ନିଜ ଉପରୁ ଆତ୍ମବିଶ୍ବାସକୁ କମ କରିଥାଏ। ଆଜିକାଲି ଛୋଟ ଛୁଆଙ୍କ ମଧ୍ୟ ବ୍ରଣ ସମସ୍ୟା ଦେଖା ଯାଉଛି। ବ୍ରଣ ଦ୍ବାରା ମୁହଁରେ ଦାଗ ହୋଇଯାଏ। ବେଳେବେଳେ ତାହା କୁଣ୍ଡାଇ ହୁଏ। ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପାୟ ଅବଲମ୍ବନ କରିବା ଉଚିତ। ତେବେ ଆସନ୍ତୁ ଜାଣିବା ସେ ସବୁ କ’ଣ ..
ମୁହଁରୁ ବ୍ରଣର ଦାଗ ଦୂର କରିବା ପାଇଁ ଭିଟାମିନ-ଇ କ୍ୟାପସୁଲ ବ୍ୟବହାର କରି ପାରିବା। ତେଣୁ ଏଥିପାଇଁ ପ୍ରଥମେ କ୍ୟାପସୁଲକୁ ଭାଙ୍ଗି ବ୍ରଣ ପାଇଁ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ। ଏପରି ଦିନକୁ ଥରେ କରିବା ଦ୍ବାରା ମୁହଁରୁ ବ୍ରଣର ଦାଗ ଛାଡିଯିବ।
ଲେମ୍ବୁ ରସ :
ଲେମ୍ବୁରେ ସାଇଟ୍ରିକ ଏସିଡ ରହିଛି। ସାଇଟ୍ରିକ ଏସିଡ ମୁହଁରେ ଜଳାପୋଡା ସମସ୍ୟାକୁ ଦୂର କରିଥାଏ। ଏହାସହ ବ୍ରଣର ଦାଗ ଛଡାଇବାରେ ସହାୟକ ହୋଇଥାଏ। ଏହାସହ ମୁହଁର କୁଞ୍ଚନ ସମସ୍ୟା ଦୂର କରିଥାଏ। ତେଣୁ ଲେମ୍ବୁ ରସକୁ ମୁହଁରେ ଲଗାଇ କିଛି ସମୟ ଘଷନ୍ତୁ। ତାପରେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ମୁହଁରୁ ବ୍ରଣ ଦାଗ ଛାଡିଯିବା ସହ ସୌନ୍ଦର୍ୟ୍ୟ ବୃଦ୍ଧି ହୋଇଥାଏ।
ଘିକୁଆଁରୀ :
ଘିକୁଆଁରୀକୁ ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଁ ବ୍ୟବହାର କରାଯାଇଥାଏ। ରାତିରେ ମୁହଁରେ ଘିକୁଆଁରୀ ଜେଲ ଲଗାଇ ସକାଳେ ମୁହଁକୁ ଭଲ ଭାବେ ଧୋଇ ଦିଅନ୍ତୁ। ଏପରି କିଛି ଦିନ କରିବା ଦ୍ବାରା ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ସହ ମୁହଁର ସୌନ୍ଦର୍ୟ୍ୟ ବୃଦ୍ଧି ପାଇଥାଏ।
ତୁଳସୀ ପତ୍ର :
ବ୍ରଣ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଏକ ଚାମଚ ତୁଳସୀ ପତ୍ରର ଗୁଣ୍ଡ, ଏକ ଚାମଚ ନିମ୍ବ ପତ୍ର ଗୁଣ୍ଡ, ଏକ ଚାମଚ ହଳଦୀ ଗୁଣ୍ଡ, ଅଳ୍ପ ମୁଲତାନୀ ମାଟିରେ ଅଳ୍ପ ପାଣି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ତାହାକୁ ମୁହଁରେ ଲଗାଇ ଶୁଖିବା ପର୍ୟ୍ୟନ୍ତ ରଖନ୍ତୁ। ତାପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ଦୁଇ ଥର କରନ୍ତୁ। ଏହାଦ୍ବାରା ମୁହଁ ସଫା ରହିବା ସହ କୋମଳ ଦେଖାଯିବ।

Leave A Reply

Your email address will not be published.