ଜମ୍ମୁ ଓ କାଶ୍ମୀରରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ମୃତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜମ୍ମୁ, କାଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗଳି ବିନିମୟ ହୋଇଥିବା ଖବର ମିଳିଛି । ଜମ୍ମୁ ଓ କଶ୍ମୀରର ରଜୌରୀ ଜିଲ୍ଲାରେ ନିରାପତ୍ତା ବଳଙ୍କ ସହିତ ଗୁଳି ବିନିମୟ କରି ଶନିବାର ଦିନ ଜଣେ ଆତଙ୍କବାଦୀ ନିହତ ହୋଇଥିବା କଥା ପୁଲିସ କହିଛି। ରଜୌରୀ ଜିଲ୍ଲାର ବୁଧଲ ଅନ୍ତର୍ଗତ ଗୁନ୍ଦା-ଖାୱାସ ଗ୍ରାମରେ ଏନ୍‌କାଉଣ୍ଟର୍‌ ଚାଲିଥିଲା। ସେତେବେଳେ ଜଣେ ସରକାରୀ ଅଧିକାରୀ କହିଥିଲେ, ଏନ୍‌କାଉଣ୍ଟର୍‌ ଚାଲିଛି ଓ ଘଟଣାସ୍ଥଳରେ ପୁଲିସ ଟିମ୍‌ ଉପସ୍ଥିତ ଅଛନ୍ତି। ସ୍ଥଳବିଶେଷରୁ ପ୍ରାପ୍ତ ସୂଚନା ଅନୁସାରେ, ଏଯାବତ୍‌ ଜଣେ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି।

ଜମ୍ମୁ ‘ଏଡିଜି’ ମୁକେଶ ସିଂହ ମଧ୍ୟ ଗଣମାଧ୍ୟମକୁ କହିଛନ୍ତି ଯେ, ରଜୌରୀର ଖୱାନ୍‌ ଅଞ୍ଚଳରେ ପୁଲିସ କର୍ଡନ୍‌ରେ ଥିବା ଆତଙ୍କବାଦୀମାନଙ୍କ ସହିତ ଗୁଳି ବିନିମୟ ଚାଲିଛି। ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁସାରେ, ଏଯାବତ୍‌ ଜଣେ ଆତଙ୍କବାଦୀଙ୍କୁ ହତ୍ୟା କରାଯାଇଛି।

 

Leave A Reply

Your email address will not be published.