ରାମ ମନ୍ଦିର ଉଦଘାଟନ ଉତ୍ସବରେ ବିରୋଧୀ ଦଳର ଏହି ନେତାଙ୍କୁ କରାଯିବନି ନିମନ୍ତ୍ରଣ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି । ସେଥିପାଇଁ ପ୍ରସ୍ତୁତି ଜୋରଦାରାରେ ଚାଲିଛି । ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିରର ଉଦଘାଟନକୁ ନେଇ ଯୋରସୋରରେ ପ୍ରସ୍ତୁତି ଚାଲିଛି। ମନ୍ଦିରର ଐତିହାସିକ ଉଦଘାଟନ ଦିବସକୁ ଦେଶ-ବିଦେଶରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରିବାର ଯୋଜନା ରହିଛି। ଦେଶର ପ୍ରମୁଖ ବିରୋଧୀ ଦଳର ବହୁ ବରିଷ୍ଠ ନେତାଙ୍କୁ ମଧ୍ୟ ଉଦଘାଟନୀ କାର୍ୟ୍ୟକ୍ରମରେ ଭାଗ ନେବାକୁ ନିମନ୍ତ୍ରଣ କରାଯିବ, କିନ୍ତୁ ନିମନ୍ତ୍ରଣ ଦେବା ପୂର୍ବରୁ ଟ୍ରଷ୍ଟ ନିଶ୍ଚିତ କରିବାକୁ ଚାହୁଁଛି ଯେ ଯେଉଁ ନେତାମାନଙ୍କୁ ନିମନ୍ତ୍ରଣ ପଠାଯିବ ସେମାନେ ନିଶ୍ଚିତ କାର୍ୟ୍ୟକ୍ରମରେ ପହଞ୍ଚିବେ। ଯେଉଁମାନେ ବ୍ୟକ୍ତିଗତ ଯୋଗଦାନ କିମ୍ବା ଅନ୍ୟ କୌଣସି କାରଣରୁ ଆସିପାରିବେ ନାହିଁ ସେମାନଙ୍କୁ ନିମନ୍ତ୍ରଣ କରାଯିବ ନାହିଁ।

ଶ୍ରୀ ରାମ ଜନ୍ମଭୂମୀ ର୍ତିଥ କ୍ଷେତର ଟ୍ରଷ୍ଟ ସୂତ୍ର ଅନୁଯାୟୀ, ରାମ ମନ୍ଦିରର ଉଦଘାଟନ ସମୟରେ କୌଣସି ବଡ଼ ମଞ୍ଚ କରାଯିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେତେଜଣ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ସୀମିତ ସଂଖ୍ୟକ ଚେୟାର ବ୍ୟବସ୍ଥା କରାଯିବ। ବାକି ଅତିଥିମାନେ ସାମ୍ନାରେ ଥିବା ପେଣ୍ଡାଲ ରୁମରେ ରହିବେ। ଗର୍ଭଗୃହ ନିକଟରେ ପ୍ରାୟ ପାଞ୍ଚ ହଜାର ଚେୟାର ବ୍ୟବସ୍ଥା କରାଯିବ। ଏପରି ପରିସ୍ଥିତିରେ, ଟ୍ରଷ୍ଟ କେବଳ ସେହି ଲୋକଙ୍କୁ ନିମନ୍ତ୍ରଣ ପଠାଇବ ଯେଉଁମାନେ ଏହି କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ।

 

Leave A Reply

Your email address will not be published.