ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦିନିକିଆ ବିଶ୍ୱକପ୍ କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଦିନିକିଆ ବିଶ୍ୱକପ୍ ପାଇଁ ଭାରତ ଆସିବ ପାକିସ୍ତାନ କ୍ରିକେଟ୍ ଟିମ୍ । ବିଶ୍ୱକପ ଖେଳିବା ପାଇଁ ପାକିସ୍ତାନ କ୍ରିକେଟ ଟିମକୁ ଭାରତ ଗସ୍ତ ନେଇ ଅନୁମୋଦନ ଦେଇଛି ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ । ବିଜ୍ଞପ୍ତିରେ ପାକିସ୍ତାନ କ୍ରିକେଟ୍ ଟିମ୍, ବିଶ୍ୱକପ୍ ମ୍ୟାଚ୍ ଖେଳିବାକୁ ଭାରତ ଗସ୍ତ କରିବା ବାବଦରେ ସୂଚନା ଦିଆଯାଇଛି ।
ବିଶ୍ୱକପ୍ ପାଇଁ ପାକିସ୍ତାନ ଭାରତ ଗସ୍ତ କରିବ କି ନାହିଁ, ସେ ନେଇ ଦ୍ୱନ୍ଦ୍ୱରେ ଥିଲା ପାକିସ୍ତାନ କ୍ରିକେଟ୍ ବୋର୍ଡ । କିନ୍ତୁ ଏବେ ସରକାର ତରଫରୁ ଅନୁମୋଦନ ମିଳିବା ପରେ ପାକିସ୍ତାନ ଦଳ ପାଇଁ ବାଟ ଫିଟିଯାଇଛି । ବିଶ୍ୱକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ । ତେଣୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି ।