ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଟି-୨୦

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ପୁଣି ଟିମ୍ ଇଣ୍ଡିଆ ପାଇଁ କର ବା ମର ସ୍ଥିତି । କାରଣ ଆଜି ଭାରତ-ୱେଷ୍ଟଇଣ୍ଡିଜ ତୃତୀୟ ଟି-ଟ୍ୱେଣ୍ଟି । ଶେଷ ଥର ପାଇଁ ଭାରତ ୨୦୧୬ରେ ୱେଷ୍ଟଇଣ୍ଡିଜ୍‌ଠୁ ଦ୍ବିପାକ୍ଷିକ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ପରାଜିତ ହୋଇଥିଲା । ଏବେ ଭାରତ ୦-୨ରେ ପଛରେ ରହିଯାଇଛି। ଏହି ସୀମିତ ଓଭର ଫର୍ମାଟ୍‌ରେ ବ୍ୟାଟରଙ୍କୁ ଆରମ୍ଭରୁ ଅଧିକ ଶକ୍ତ ହୋଇ ଖେଳବାକୁ ପଡ଼ିବ । ହେଲେ ଈଶାନ କିଶନ, ଶୁବମନ ଗିଲ୍‌ ଓ ସୂର୍ୟ୍ୟକୁମାର ଯାଦବ ସେଭଳି କୌଣସି ମଜବୁତ୍‌ ପାଳି ଖେଳି ପାରିନାହାନ୍ତି ।

ଶୀର୍ଷ କ୍ରମର ବିଫଳତା ମଧ୍ୟଭାଗ ଉପରେ ଅଧିକ ଚାପ ପକାଉଛି । ଯେଉଁଥିପାଇଁ ସଂଜୁ ସାମସନ୍‌ ଓ ତିଳକ ବର୍ମା ହାତଖୋଲା ସଟ୍‌ ଖେଳି ପାରୁନାହାନ୍ତି । ତେଣୁ ଦିନିକିଆ ବିଶ୍ବକପ୍‌କୁ ନଜରରେ ରଖି ଗିଲ୍‌, କିଶନ୍‌ ଓ ସୂର୍ୟ୍ୟକୁମାର ସେମାନଙ୍କ ଲୟକୁ ଫେରିବା ଆବଶ୍ୟକତା ରହିଛି । ଭାରତୀୟ ବ୍ୟାଟିଂ କ୍ରମ ଅଧିକ ଗଭୀର ରହିଛି ।

Leave A Reply

Your email address will not be published.