ବିଦ୍ୟାଳୟରେ ନାମଲେଖା ବେଳେ ଆଧାର ନୁହେଁ ବାଧ୍ୟତାମୂଳକ

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଏଣିକି ବିଦ୍ୟାଳୟରେ ନାମଲେଖା ବେଳେ ଆଧାର ନୁହେଁ ବାଧ୍ୟତାମୂଳକ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀଂକୁ ଚିଠି ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବସ୍ତି ଏସ। ଆଧାର କାର୍ଡ ନଥିଲେ ବି ଛାତ୍ରଛାତ୍ରୀ ବିଦ୍ୟାଳୟରେ ନାମ ଲେଖାଇପାରିବେ । ତେଣୁ ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।

କିଛି ବିଦ୍ୟାଳୟରେ ନାମଲେଖା ବେଳେ ପ୍ରଧାନଶିକ୍ଷକ ପିଲାଙ୍କ ଆଧାର ବାଧ୍ୟତାମୂଳକ କରୁଥିବା ଗଣଶିକ୍ଷା ବିଭାଗ ନଜରକୁ ଆସିଛି । ତେଣୁ ଆଧାରକୁ ବାଧ୍ୟତାମୂଳକ ନ କରିବା ପାଇଁ ଗଣଶିକ୍ଷା ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପରେ ଆଧାରକାର୍ଡ ପ୍ରସ୍ତୁତ କରି ଜମା କରିପାରିବେ ଛାତ୍ରଛାତ୍ରୀ । ବିଦ୍ୟାଳୟରେ ସୁରୁଖୁରୁରେ ନାମଲେଖା ପାଇଁ ଏବାବଦରେ ପ୍ରଧାନଶିକ୍ଷକମାନଂକୁ ଅବଗତ କରିବାକୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଂକୁ ନିର୍ଦ୍ଦେଶ ରହିଛି । ଏଥିରେ ଖିଲାପ କଲେ ତାକୁ ଗୁରୁତ୍ବର ଭାବେ ନିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

Leave A Reply

Your email address will not be published.