ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଶାରୀରିକ ସମ୍ପର୍କକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କର୍ଣ୍ଣାଟକ ହାଇକୋର୍ଟ । ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ ପରବର୍ତ୍ତୀ ସମୟରେ ଆଣିପାରିବେନି ଦୁଷ୍କର୍ମ ଅଭିଯୋଗ । ଘଟଣାର ୬ ବର୍ଷ ପରେ କୌଣସି ମହିଳା ଏପରି ଅଭିଯୋଗ କରିପାରିବେ ନାହିଁ । କର୍ଣ୍ଣାଟକ ହାଇକୋର୍ଟ ବେଙ୍ଗାଲୁରୁର ଜଣେ ମହିଳା ଦାଏର କରିଥିବା ଦୁଇଟି ଅପରାଧିକ ମାମଲା ଖାରଜ କରି ଏପରି କିଛି ରାୟ ଦେଇଛନ୍ତି । ମହିଳା ଜଣକ ଅଭିଯୋଗ କରିଥିଲେ ଯେ, ବିବାହ ପ୍ରତିଶ୍ରୁତି ଦେଇ ଅଭିଯୁକ୍ତ ତାଙ୍କ ସହିତ ୬ ବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିଲେ ।
ମାମଲା ଉପରେ ଅଭିଯୁକ୍ତ ସବୁକଥା ପୁଙ୍ଖାନୁପୁଙ୍ଖ ଭାବେ ବର୍ଣ୍ଣନା କରିଥିଲେ । ଏହାପରେ କୋର୍ଟ କହିଛନ୍ତି, ୬ ବର୍ଷର ଶାରୀରିକ ସମ୍ପର୍କ ପରେ ୨୦୧୯ ଡିସେମ୍ବର ୨୭ରୁ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ହ୍ରାସ ପାଇ ଆସିଥିଲା ।