ଚିଲିକା ହ୍ରଦର ସଂରକ୍ଷଣ ଓ ପରିଚାଳନା ପାଇଁ ମଞ୍ଜୁର ହେଲା ୨୩.୫୦ କୋଟି ଟଙ୍କା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚିଲିକା ହ୍ରଦର ସଂରକ୍ଷଣ ଓ ପରିଚାଳନା ପାଇଁ ମଞ୍ଜୁର ହେଲା ୨୩.୫୦ କୋଟି ଟଙ୍କା । ଫଳରେ ଦୂର ହେବ ଚିଲିକାସ୍ଥିତ ମାଛ ଚାଷରେ ନିର୍ଭରଶୀଳ ଲୋକଙ୍କ ଦୁଃଖ। ସରଳ ହେବ ଜୀବନଜାପନ। ଚିଲିକା ହ୍ରଦର ସଂରକ୍ଷଣ ଏବଂ ପରିଚାଳନା ପାଇଁ କେନ୍ଦ୍ରରୁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶକୀୟ ଅର୍ଥ ପ୍ରଦାନ କରାଯାଇଛି। ଚିଲିକା ଉପକୂଳବର୍ତ୍ତୀ ବିଭିନ୍ନ ପଞ୍ଚାୟତର ଜନ ସାଧାରଣଙ୍କ ଆବଶ୍ୟକତା ଏବଂ ଅନୁରୋଧ କ୍ରମେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଗତ ଦିନରେ ଅଞ୍ଚଳ ପରିଦର୍ଶନ କରି ସମସ୍ୟା ବୁଝିଥିଲେ। ଏହି ସମସ୍ୟା ସମାଧାନ ପାଇଁ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ସାକ୍ଷତ କରି ଲିଖିତ ନିବେଦନ ସହ ସମସ୍ୟାର ଗମ୍ଭୀରତା ବୁଝାଇଥିଲେ। ପରବର୍ତ୍ତୀ ସମୟରେ ସାଂସଦଙ୍କ ନିୟମିତ ପ୍ରୟାସ ଏବଂ କର୍ତ୍ତବ୍ୟବୋଧ ଯୋଗୁଁ ୨୩ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁରୀ ହେବା ସହ ପ୍ରଥମ ପର୍ଯ୍ୟାୟରେ ଆବଶକୀୟ ଅର୍ଥ ପ୍ରଦାନ କରାଯାଇଛି। ଏହା ଦ୍ୱାରା

୨୫ ହଜାରରୁ ଉର୍ଦ୍ଧ୍ୱ ସଂଖ୍ୟାରେ ପରିବାର ଯେଉଁମାନେ ମାଛ ଚାଷ ସହ ଜଡିତ ଅଛନ୍ତି ସେମାନେ ବ୍ୟାପକ ଭାବେ ଉପକୃତ ହେବେ। କେବଳ ମାଛ ଚାଷୀ ନୁହେଁ ଅଧିକନ୍ତୁ ଜାଲ ବୁଣାକାରୀ, ଡ଼ଙ୍ଗା କାରବାରୀ, ସ୍ଥାନୀୟ ମାଛ ବେପାରୀ, ଗମନା ଗମନା ପାଇଁ ଉଦ୍ଧିଷ୍ଟ ଯାନବାହାନ ମାଲିକ ଏବଂ ବହୁ ସଂଖ୍ୟାରେ ଲୋକଙ୍କୁ ବିଭିନ୍ନ କାମରେ ଜୀବନ ଜୀବିକା ମିଳି ପାରିବ। ବିଭିନ୍ନ ରାଜ୍ୟକୁ ବହୁ ସଂଖ୍ୟାରେ ବାହାରକୁ ଯାଇ କାମ କରୁଥିବା ସ୍ଥାନୀୟ ଲୋକେ ଆଉ ବାହାରକୁ ଯିବେ ନାହିଁ। ବାହାର ରାଜ୍ୟକୁ ଅନିଚ୍ଛା ସତ୍ତ୍ୱେ ଯାଇଥିବା ଲୋକ ଫେରି ଆସିପାରିବେ। ଏହି କାର୍ଯ୍ୟ ପାଇଁ ସ୍ଥାନୀୟ ଜନସାଧାରଣ ବହୁତ ଆନନ୍ଦିତ ହୋଇଛନ୍ତି। ଏନେଇ ଖୁସି ବ୍ୟକ୍ତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଭାଗୀୟ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି ସାଂସଦ ଅପରାଜିତା ।

Leave A Reply

Your email address will not be published.