ସୁମିତ୍- ତପସ୍ୱିନୀ ବିବାଦ ମାମଲାର ଶୁଣାଣି କଲେ ହାଇକୋର୍ଟ

0

ବହୁଚର୍ଚ୍ଚିତ ବ୍ରହ୍ମପୁରର ଦମ୍ପତି ତପସ୍ଵିନୀ ଓ ଡାକ୍ତର ସୁମିତ୍‌ ସାହୁଙ୍କ ବିବାହ ବିବାଦ ମାମଲାରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟ ଭରଣପୋଷଣ ନେଇ ତଳକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି।

ହାଇକୋର୍ଟ ପ୍ରତି ମାସ ୧୦ତାରିଖ ସୁଦ୍ଧା ତପସ୍ବିନୀଙ୍କୁ ମାସିକ ଭରଣପୋଷଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି।  ତପସ୍ବିନୀଙ୍କୁ ପ୍ରତିମାସ ୧୭ ହଜାର ଟଙ୍କା ପ୍ରଦାନ କରିବା ସହ ଶ୍ବଶୁର ଘରେ ତପସ୍ବିନୀ ରହିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ଓ ମହିଳା ସୁରକ୍ଷା ଅଧିକାରୀ ଏ ସମ୍ପର୍କରେ ତପସ୍ବିନୀ ଶ୍ବଶୁର ପ୍ରମୋଦ ସାହୁଙ୍କ ସହିତ ଆଲୋଚନା କରିଥିଲେ। ପର୍ଯ୍ୟାୟ କ୍ରମେ ଆଲୋଚନା ପରେ ତପସ୍ବିନୀଙ୍କ ପାଇଁ ଉପର ମହଲା ଘର ଠିକ୍ କରାଯାଇଥିଲା।  ରାତିରେ ସ୍ଥାନୀୟ ତହସିଲଦାର, ଦୁଇ ପକ୍ଷ ଓକିଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ତପସ୍ବିନୀ ଶ୍ବଶୁର ଘରକୁ ପ୍ରବେଶ କରିଥିଲେ। ତେବେ, ଏହାପୂର୍ବରୁ ଜିଲ୍ଲାଜଜ୍ ଶ୍ବଶୁରଙ୍କ ଘରେ ରହିବା ପାଇଁ ଅନୁମତି ଦେଇନଥିବା ଡା. ସୁମିତଙ୍କ ଓକିଲ ପ୍ରଦୀପ ବେହେରା କହିବା ପରେ ପୁଣିଥରେ ବିବାଦ ସୃଷ୍ଟି ହୋଇଥିଲା

Leave A Reply

Your email address will not be published.