ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଚଳିତ ଏସୀୟ ଚାମ୍ପିଅନ୍ ଟ୍ରଫିରେ ଆଜି ହେଉଛି ଭାରତ-ଜାପାନ୍ ସେମିଫାଇନାଲ୍ ମ୍ୟାଚ୍ । ଚଳିତ ଥର ଏଯାବତ ଅପରାଜେୟ ରହିଛି ଆୟୋଜକ ଦଳ ଭାରତ । ଆଉ ଗତଥରର ଉପବିଜେତା ହେଉଛି ଜାପାନ । ଏହି ମ୍ୟାଚ୍ ରାତି ୮ଟା ୩୦ରେ ଖେଳାଯିବ । ଅନ୍ୟଏକ ସେମି ଫାଇନାଲରେ ସଂଧ୍ୟା ୬ଟାରେ ଲିଗ୍ ପର୍ୟ୍ୟାୟର ଦ୍ୱିତୀୟ-ତୃତୀୟ ଦଳ ମାଲେସିଆ -ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ । ଲିଗ୍ ପର୍ୟ୍ୟାୟରେ ଘରୋଇ ଦଳ କେବଳ ଜାପାନ ସହ ୧-୧ରେ ଅମୀମାଂସିତ ରଖିଥିଲା ବେଳେ ଅନ୍ୟ ସମସ୍ତ ମ୍ୟାଚ୍ ଜିତିଥିଲା ।
ଏଥିସହ ଭାରତ ୧୩ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହି ସେମିଫାଇନାଲରେ ପହଞ୍ଚିଛି । ଜାପାନ ବିପକ୍ଷ ଲିଗ୍ ମ୍ୟାଚ୍ ଭୁଲକୁ ସେମିଫାଇନାଲରେ ଭାରତ ନ ଦୋହରାଇବାକୁ ଚେଷ୍ଟା କରିବ । ପୂରା ୬୦ ମିନିଟର ଖେଳରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଦଳ ଦବ୍ଦବା ଜାରି ରଖିବାକୁ ଚାହିଁବ ।