ପୂର୍ବତନ ବିଧାୟକ କୁମର ବେହେରାଙ୍କ ପରଲୋକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପରଲୋକରେ ଭଟଲିର ବିଧାୟକ କୁମର ବେହେରା। ଆଜି ସକାଳେ ଏକ ଘରୋଇ ନସିଂହୋମରେ ଶ୍ରୀ ବେହେରା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ଜନତା ଦଳରୁ ୧୯୯୦ ମସିହାରେ ସ୍ୱର୍ଗତ ବେହେରା ଭଟଲି ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୭ରେ  ସେ ବିଜେପି ଦଳରେ ଯୋଗ ଦେଇଥିଲେ। ପରେ ଦୀର୍ଘଦିନ ଧରି ପ୍ରତ୍ୟେକ୍ଷ ରାଜନୀତିରେ ନ ଥିଲେ।

ସ୍ୱର୍ଗତ ବେହେରାଙ୍କ ଅନ୍ତିମ ସଂସାର ତାଙ୍କ ଜନ୍ମମାଟି ଅତାବିରା ବ୍ଲକ ହିର୍ଲୀପାଲିରେ କରାଯାଇଛି। ସ୍ୱର୍ଗତ ବେହେରାଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି। ସେହିପରି ସ୍ୱର୍ଗତ ବେହେରାଙ୍କ ବିୟୋଗରେ ତାଙ୍କ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି।

Leave A Reply

Your email address will not be published.