ସାବତ ମା କଥାରେ ପଡ଼ି ପୁଅକୁ ଚେଙ୍କ ଦେଲା ବାପା, ବାନ୍ଧିଲା ପୋଲିସ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସାବତ ମା କଥାରେ ପଡ଼ି ପୁଅକୁ ଚେଙ୍କ ଦେଲା ବାପା। ଛେଣ୍ଡିପଦା ଥାନା ବାଲିପଟା ପଞ୍ଚାୟତ ହଟିଆନାଳି ଗ୍ରାମରେ ସାବତ ମା’ର ପ୍ରରୋଚନାରେ ପଡି ବାପା ତାର ନିଜ ଜନ୍ମିତ ପ୍ରଥମ ପତ୍ନୀର ପୁଅକୁ ଚେଙ୍କ ଦେବା ସହିତ ବିଭିନ୍ନ ନିର୍ଯାତନା ଦେଉଥିଲା। ଘଟଣା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ପକ୍ଷରୁ ଛେଣ୍ଡିପଦା ପୁଲିସ ସହାୟତାରେ ହଟିଆନାଳି ଗ୍ରାମରୁ ଶିଶୁକୁ ଉଦ୍ଧାର କରାଯାଇଛି। ଘଟଣାରୁ ପ୍ରକାଶ ହଟିଆନାଳି ଗ୍ରାମର ସୁବାସ ପ୍ରଧାନଙ୍କ ପ୍ରଥମ ପତ୍ନୀ ଘରଛାଡି ଚାଲିଯାଇଛି। ପରେ ଦ୍ଵିତୀୟ ସ୍ତ୍ରୀ ଭାବେ ମଞ୍ଜୁଲତା ପ୍ରଧାନଙ୍କୁ ଗ୍ରହଣ କରିଥିଲେ। ସେହିଦିନ ଠାରୁ ସାବତ ମା ମଞ୍ଜୁଲତା ଅନେକ ସମୟରେ ସୁବାସଙ୍କ ଆଗ ସ୍ତ୍ରୀର ୧୨ବର୍ଷର ପୁଅକୁ ନିର୍ଯାତନା ଦେଇ ଆସୁଥିଲା। ଅନେକ ସମୟରେ ମଞ୍ଜୁ ସ୍ୱାମୀ ଆଗରେ ମିଛ ସତ କହି ମାଡ଼ ମରାଇ ଶାରୀରିକ ନିର୍ଯାତନା ଦେଉଥିଲେ। ଗତ କିଛିଦିନ ତଳେ ନାବାଳକ ଜଣଙ୍କ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଥିବା ବେଳେ ତାର ସାବତ ମା ମଞ୍ଜୁଲତା ପାଠ ପଢ଼ିଯିବାକୁ ମନା କରିଥିଲେ। ମାର କଥା ମାନି ନାବାଳକଟି ପାଠ ପଢିବାକୁ ନଯାଇ ଘରେ ରହିଥିଲା। ତାର ବାପା ସୁବାସ ଘରକୁ ଫେରିବା ପରେ ସାବତ ମା ତୁମ ପୁଅ ଆଜି ସ୍କୁଲ ଯାଇନି ବୋଲି କହିଥିଲେ। ଏହିଭଳି ପୁଅର ହିତାକାଂକ୍ଷୀ ଭାବେ ଉପରକୁ ଦେଖେଇ ହେଇ ସ୍ୱାମୀ ଦ୍ୱାରା ପୁଅକୁ ନିର୍ଯାତନା ଦେଉଥିଲା।

ସ୍କୁଲ ନଯିବା ରାଗରେ ସୁବାସ ପୁଅକୁ ଡାକି ଏକ ବାଡ଼ିରେ ମାଡ଼ ମାରିବା ସହିତ ରଶିରେ ବାନ୍ଧି ଦେଇଥିଲେ। ଏତିକିରେ ସୁବାସଙ୍କ ରାଗ ଥଣ୍ଡା ହୋଇନଥିଲା। ଘରୁ ଏକ ଲୁହାଛଡ଼ ଆଣି ତାକୁ ତତାଇ ପୁଅର ହାତ ଓ ଗୋଡ଼ରେ ୪ଟି ସ୍ଥାନରେ ଚେଙ୍କ ଦେଇଥିଲେ। ନାତିର ଚିତ୍କାର ଶୁଣି ଆଈ ଘଟଣାସ୍ଥଳରୁ ଉଦ୍ଧାର କରିଥିଲେ। ଏହି ଖବର ଅନୁଗୁଳ ଚାଇଲଡ ଲାଇନ ପାଇ ଛେଣ୍ଡିପଦା ପୁଲିସ ସହାୟତାରେ ନାବାଳକକୁ ଉଦ୍ଧାର କରିଥିଲେ। ପୁଅକୁ ଚେଙ୍କ ଦେଇଥିବା ଅଭିଯୋଗରେ ପୁଲିସ ସୁବାସ ଓ ମଞ୍ଜୁଲତାଙ୍କୁ ଗିରଫ କରି ତଦନ୍ତ ଚଳାଇଛି। ଚାଇଲଡ ଲାଇନ ପକ୍ଷରୁ ଉଦ୍ଧାର ନବାଳକକୁ ଶିଶୁ ମଙ୍ଗଳ କମିଟରେ ହାଜର କରିବା ପରେ ଉତ୍କଳବାଳା ଆଶ୍ରମରେ ଛଡାଯିବ ବୋଲି ଚାଇଲଡ ଲାଇନ ପକ୍ଷରୁ କୁହାଯାଇଛି। ଅପର ପକ୍ଷେ ନାବାଳକର ଅଜା ହୃଷି ପ୍ରଧାନ ନାତିକୁ ସୁବାସ ବାରମ୍ବାର ଚେଙ୍କ ଦେଉଥିବା ନେଇ ପ୍ରକାଶ କରିବା ସହିତ ଦୋଷୀକୁ ଦଣ୍ଡ ମିଳିବା ଆବଶ୍ୟକ ବୋଲି କହିଛନ୍ତି।

Leave A Reply

Your email address will not be published.