ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାତି ପାହିଲେ ଦେଶ ପାଳିବ ୭୭ତମ ସ୍ୱାଧିନତା ଦିବସ । ଆସନ୍ତାକାଲି ଲାଲକିଲ୍ଲାରୁ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହା ପୂର୍ବରୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ପ୍ରଧାନମନ୍ତ୍ରୀ ଓ ଭାରତୀୟ ଜନତା ପାର୍ଟି(ଭାଜପା)କୁ କେବଳ ଟାର୍ଗେଟ କରିନାହିଁ ବରଂ ଏକ ବଡ ଦାବି କରିଛି।ସୋମବାର ସକାଳେ ନୀତୀଶଙ୍କ ପାର୍ଟି ଜେଡିୟୁର ଟୁଇଟର ହ୍ୟାଣ୍ଡେଲରୁ ଏକ ଭିଡିଓ ପୋଷ୍ଟ କରାଯାଇଛି। ଭିଡିଓ ମାଧ୍ୟମରେ ଭାଜପାକୁ ଟାର୍ଗେଟ କରାଯାଇଛି।
ସୋମବାର ସକାଳେ ଟୁଇଟ କରାଯାଇଥିବା ଏକ ଭିଡିଓ ମାଧ୍ୟମରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ୨୪ ଘଣ୍ଟା ପରେ ରେଡ ଫୋର୍ଟରୁ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଏହାକୁ ହାସ୍ୟାସ୍ପଦ ଭାବରେ କୁହାଯାଇଛି ଯେ ଗତ ୯ବର୍ଷ ଧରି ଦେଶ ଆପଣଙ୍କ ‘ମନ କି ବାତ’କୁ ଶହ ଶହ ଘଣ୍ଟା ଧରି ଶୁଣୁଛି। ଏହାସହ କୁହାଯାଇଛି, ଏହା ହେଉଛି ଲାଲକିଲ୍ଲାରେ ମୋଦୀଙ୍କର ଶେଷ ପତାକା ଉତ୍ତୋଳନ ।