ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସା ପରେ ସେଠାକାର ସ୍ଥିତି ଦିନକୁ ଦିନ ସ୍ୱଭାବିକ ହେବାକଚ ଯାଉଛି । ହିଂସା ପାଇଁ ସେଠାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା । ନୁହ ଜିଲାରେ ଦୁଇ ସପ୍ତାହ ପରେ ଇଣ୍ଟରନେଟ ସେବା ଯୋଗାଇ ଦିଆଯାଇଛି। ଜିଲାରେ ୩୧ ଜୁଲାଇରେ ଏକ ଧାର୍ମିକ ଶୋଭାଯାତ୍ରା ସମୟରେ ହିଂସା ହୋଇଥିଲା, ଏହାପରେ ଇଣ୍ଟରନେଟ ସେବାକୁ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନ ଏହା ପୁଣି ଆରମ୍ଭ ହୋଇଛି । ତେବେ ପ୍ରଶାସନ ଦ୍ୱାରା ସୋସିଆଲ ମିଡିଆ ଉପରେ ମନିଟରିଂ ଜାରି ରହିବ।
ଜୁଲାଇ ୩୧ରେ ଶୋଭା ଯାତ୍ରାକୁ ରୋକିବା ପାଇଁ ଉଦ୍ୟମ ପରେ ନୁହରେ ଭୟଙ୍କର ହିଂସା ହୋଇଥିଲା, ଯାହାର ନିଆଁ ପଡୋଶୀ ଜିଲାମାନଙ୍କରେ ମଧ୍ୟ ପହଞ୍ଚିଥିଲା। ଏହି ହିଂସାରେ ଦୁଇ ହୋମ ଗାର୍ଡ ଯବାନ ଏବଂ ଜଣେ ଧର୍ମଗୁରୁଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଛି। ହିଂସାକୁ ରୋକିବା ପାଇଁ ପ୍ରଶାସନ ମୋବାଇଲ ଇଣ୍ଟରନେଟ, ଏସଏମଏସ ଏବଂ ବ୍ରଡବ୍ୟାଣ୍ଡ ସେବା ଉପରେ ପ୍ରତିବନ୍ଧକ ଲଗାଇଥିଲା।