ପାକିସ୍ତାନ ସେନା ଉପରେ ଆତଙ୍କବାଦୀ ଆକ୍ରମଣ! ଭାରତକୁ ଦାୟୀ କଲା ପାକ୍

0

ପାକିସ୍ତାନୀ ସେନା ଉପରେ ବେଲୁଚିସ୍ତାନ ଆତଙ୍କବାଦୀ ଏକ ବଡ଼ ଧରଣର ଆକ୍ରମଣ କରିଥିବା ଜଣାପଡିଛି । ଏହି ଆକ୍ରମଣରେ ୧୦୦ରୁ ଅଧିକ ପାକିସ୍ତାନୀ ସୈନିକ ପ୍ରାଣ ହରାଇଥିବା ବେଲୁଚିସ୍ତାନ ମୁକ୍ତି ସେନା ପକ୍ଷରୁ ଦାବି କରାଯାଇଛି । ଅନ୍ୟପକ୍ଷରେ ଏହି ଆକ୍ରମଣ ପାଇଁ ଭାରତ ଓ ଆଫଗାନିସ୍ତାନକୁ ଦାୟୀ କରିଛି ପାକିସ୍ତାନ ସେନା । ଏହି ଆକ୍ରମଣ କେବେ ହୋଇଛି ତାହା ଜଣାପଡ଼ିନାହିଁ ।ପାକିସ୍ତାନରେ ନିଷିଦ୍ଧ ଘୋଷିତ ଏହି ସଂଗଠନ ପକ୍ଷରୁ ଗୁରୁବାର ଏକ ପ୍ରେସ ରିଲିଜ ଜାରି କରି କୁହାଯାଇଛି ଯେ ପାକିସ୍ତାନ ସେନାର ପଂଜଗୁର ଓ ନୁସକି ମିଲିଟାରୀ କ୍ୟାମ୍ପ ଏବେ ଏହା ନିୟନ୍ତ୍ରଣରେ ରହିଛି । ଏସବୁ କ୍ୟାମ୍ପର ଏକ ବଡ଼ ଭାଗ ଧ୍ବଂସ ପାଇଯାଇଛି । ଏସବୁ କ୍ୟାମ୍ପଗୁଡ଼ିକୁ ପୁଣି ନିଜ ନିୟନ୍ତ୍ରଣକୁ ନେବା ପାଇଁ ପାକିସ୍ତାନୀ ସେନା ପକ୍ଷରୁ ଘନ ଘନ ଆକ୍ରମଣ ଜାରି ରହିଥିଲେ ବି ଏପର୍ଯ୍ୟନ୍ତ ନିୟନ୍ତ୍ରଣକୁ ଆସିପାରିନାହିଁ । ଏହି ଆକ୍ରମଣ ସଂପର୍କରେ କୌଣସି ଖବର ପ୍ରକାଶ କରିବା ଉପରେ ପାକିସ୍ତାନ ସରକାର କଟକଣା ଜାରି କରିଥିବା ଏହି ବିଚ୍ଛିନ୍ନତାବାଦୀ ସଂଗଠନ କହିଛି । ଅନ୍ୟପକ୍ଷରେ ପାକିସ୍ତାନୀ ସେନାର ଜନସଂପର୍କ ସଂସ୍ଥା  ଆଇଏସପିଆର ପକ୍ଷରୁ କୁହାଯାଇଛି ଯେ ବେଲୁଚ ମୁକ୍ତି ସେନାର ଆକ୍ରମଣକୁ ପଣ୍ଡ କରିଦିଆଯାଇଛି । ଏଥିରେ ୧୨ ବେଲୁଚ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି ।

 

 

Leave A Reply

Your email address will not be published.