ପରିବାରବାଦ ଦେଶର ଅଧିକାର ଛଡେଇ ନେଇଛି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ଲାଲକିଲ୍ଲାରେ ୭୭ତମ ସ୍ୱାଧିନତା ଦିବସ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରିବା କ୍ରମରେ ପରିବାରବାଦ ପ୍ରସଙ୍ଗ ଉଠାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କହିଲେ ‘ପରିବାରବାଦ ଦେଶର ଅଧିକାର ଛଡେଇ ନେଇଛି । ଦେଶକୁ ଦୃଢ କରିବାକୁ ହେଲେ ଦେଶକୁ ପରିବାରବାଦରୁ ମୁକ୍ତ କରିବାକୁ ପଡିବ । ଏଠି ସମସ୍ତଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ । ‘ସର୍ବଜନ ହିତାୟ ସର୍ବଜନ ସୁଖାୟ’ ଉକ୍ତିକୁ ସଫଳ କରିବାକୁ ହେଲେ ଦେଶରୁ ପରିବାରବାଦକୁ ହଟାଇବାକୁ ପଡିବ ।

‘ଯଦି ଦେଶକୁ ପ୍ରଗତି ଦିଗରେ ଦେଖିବାକୁ ଚାହୁଁଛେ, ଏକ ବିଶାଳ ବିଶ୍ୱଶକ୍ତି ଭାବେ ଦେଖିବାକୁ ଚାହୁଁଛେ, ତେବେ ଦେଶରୁ ପ୍ରଥମେ ଭ୍ରଷ୍ଟଚାରକୁ ହଟାଇବାକୁ ପଡିବ । ଏହା ପ୍ରତ୍ୟେକଙ୍କର ବ୍ୟକ୍ତିଗତ ଦାୟିତ୍ୱ ଯେପରି ଆମେ କେହିବି କୌଣସି ପରିସ୍ଥିତିରେ ଭ୍ରଷ୍ଟାଚାରକୁ ସହ୍ୟ ନକରୁ ସେଥିପାଇଁ ପ୍ରତିଜ୍ଞାବଦ୍ଧ ହେବା ଉଚିତ’ ବୋଲି ମୋଦୀ କହିଛନ୍ତି । ଏହାସହ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି ।

 

Leave A Reply

Your email address will not be published.