ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆରମ୍ଭ ହୋଇଗଲାଣି ବିଶ୍ୱକପ୍ ଫିଭର । ଏହାପୂର୍ବରୁ ଏକ ବଡ଼ ଖବର ଆସି ପହଞ୍ଚିଛି । ବିଶ୍ୱକପ୍ ପୂର୍ବରୁ ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ଖେଳିବ ଟିମ୍ ଇଣ୍ଡିଆ । ଆସନ୍ତା ଅଗଷ୍ଟ ୩୦ ତାରିଖରୁ ସେପ୍ଟେମ୍ବର ୧୭ ତାରିଖ ଭିତରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ । ତେବେ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ବାଂଲାଦେଶ ଏବଂ ନେପାଳ ଦଳ ଘୋଷଣା କରିସାରିଥିବାବେଳେ, ଆଜି ଦଳ ଘୋଷଣା କରିପାରେ ବିସିସିଆଇ ।
ଏଥର ହାଇବ୍ରିଡ୍ ମଡେଲରେ ଏସିଆ କପ୍ ଖେଳାଯାଉଛି । ଯାହାକି ପାକିସ୍ତାନ-ଶ୍ରୀଲଙ୍କାରେ ଖେଳାଯିବ । ପାକିସ୍ତାନରେ ଏଥର ଏସିଆ କପର ୪ଟି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ଶ୍ରୀଲଙ୍କାରେ ୯ଟି ମ୍ୟାଚ୍ ଖେଳାଯିବ । ଏସିଆ କପ୍ ଖେଳସୂଚୀ ମୁତାବକ, ଭାରତୀୟ ଟିମ୍ ନିଜର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୨ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳି ନିଜର ଅଭିଯାନ ଆରମ୍ଭ କରିବ ।