ଋଷର ଗ୍ୟାସ୍ ଷ୍ଟେସନରେ ବିସ୍ଫୋରଣ: ୩୦ ମୃତ, ୧୦୦ରୁ ଅଧିକ ଆହତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଋଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ବର୍ତ୍ତମାନ ପୁଣି ଋଷିଆରୁ ଏକ ବଡ଼ ଖବର ଆସି ପହଞ୍ଚିଛି । ରୁଷିଆର ଦକ୍ଷିଣ ଡାଗେସ୍ତାନର ଏକ ଗ୍ୟାସ ଷ୍ଟେସନରେ ବିସ୍ଫୋରଣ ଘଟି ୩୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି। ମଙ୍ଗଳବାର ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି ବୋଲି ଦାଗେସ୍ତାନ ରାଜ୍ୟପାଳ ସେର୍ଗେଇ ମେଲିକୋଭି କହିଛନ୍ତି।

ଦେଶର ଜରୁରୀକାଳୀନ ମନ୍ତ୍ରଣାଳୟ କହିଛି ଯେ ସୋମବାର ରାତିରେ ଏହି ଅଞ୍ଚଳର ରାଜଧାନୀ ମଖାଚକାଲା ଉପକଣ୍ଠରେ ଥିବା ଏକ ଗ୍ୟାସ୍ ଷ୍ଟେସନରେ ଏହି ବିସ୍ଫୋରଣ ଘଟିଛି। ପ୍ରଥମେ କାର ମରାମତି ଦୋକାନରୁ ନିଆଁ ଆରମ୍ଭ ହୋଇ ନିକଟସ୍ଥ ଗ୍ୟାସ୍ ଷ୍ଟେସନକୁ ବ୍ୟାପିଯାଇଥିଲା।

 

Leave A Reply

Your email address will not be published.