ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହାତ ଯୋଡିଲେ ପ୍ରଧାନ ବିଚାରପତି । କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ସତ । ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ ମଙ୍ଗଳବାର ୭୭ ସ୍ବାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ଅତିଥିମାନଙ୍କ ମଧ୍ୟରେ ବସିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସ୍ବାଧୀନତା ଦିବସ ସମ୍ବୋଧନରେ ଆଞ୍ଚଳିକ ଭାଷାର ଗୁରୁତ୍ୱକୁ ଦର୍ଶାଇ ଏକ ଗୁରୁତ୍ୱପୂର୍ଣ୍ଣ ବିଚାର କରିଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ। ଯାହା ଦ୍ୱାରା କୋର୍ଟଙ୍କ ନିର୍ଦ୍ଦେଶ ପଢ଼ିବା କୁ ସହଜ କରିବ।
ପ୍ରଧାନମନ୍ତ୍ରୀ କହିଥିଲେ, ମୁଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ବର୍ତ୍ତମାନ କୋର୍ଟଙ୍କର ନିଷ୍ପତ୍ତିଗୁଡ଼ିକର କାର୍ୟ୍ୟକ୍ଷମ ଅଂଶ ମାତୃଭାଷାରେ ଉପଲବ୍ଧ ହେବ। ଏହାଦ୍ୱାରା ଆଞ୍ଚଳିକ ଭାଷାର ଗୁରୁତ୍ୱ ବଢୁଛି। ଏହି ସମୟରେ ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼ ହାତଯୋଡ଼ି ପ୍ରଧାନମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଥିବାର ଦେଖାଯାଇଥିଲା।