ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୋଟେପଟେ ଦେଶ ୭୭ତମ ସ୍ୱାଧିନତା ଦିବସ ପାଳନ କରୁଥିବା ବେଳେ ଅନ୍ୟପଟେ ଝାଡଖଣ୍ଡରୁ ଆସିଛି ଏକ ଦୁଃଖଦ ଖବର । ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଯବାନ ଶହୀଦ ହୋଇଛନ୍ତି। ଶହୀଦଙ୍କ ମଧ୍ୟରେ ଜଣେ ସବ୍-ଇନ୍ସପେକ୍ଟର ଏବଂ ଜଣେ ହାବିଲଦାର ଅଛନ୍ତି।
ସୂଚନାନୁଯାୟୀ, ସୋମବାର ଅପରାହ୍ନରେ ପଶ୍ଚିମ ସିଂହଭୂମର ଟୋଣ୍ଟୋ ଥାନା ଅଞ୍ଚଳର ତୁମ୍ବାହାକାରେ ଏହି ଘଟଣା ଘଟିଛି। ଏଥିରେ ସବ୍ ଇନ୍ସପେକ୍ଟର ଅମିତ ତିଓ୍ବାରୀ ଏବଂ ହାବିଲଦାର ଗୌତମ କୁମାର ଶହୀଦ ହୋଇଛନ୍ତି। ଅମିତ ୨୦୧୨ର ଥିବା ବେଳେ ଦୁହେଁ ଝାଡଖଣ୍ଡର ଜାଗୁଆର ଫୋର୍ସରେ ସାମିଲ ଥିଲେ।