ଆଜି ଦେଶ ପାଳିଛି ୭୭ ସ୍ବାଧୀନତା ଦିବସ । ଏହି କ୍ରମରେ ବିଶ୍ବରେ ସର୍ବାଧିକ ଜନାଦୃତ ଓ୍ବେବସାଇଟ ଗୁଗୁଲ ମଧ୍ୟ ପାଳିଛି ସ୍ଦାଧିନତା ଦିବସ। ଏହି ଅବସରରେ ଗୁଗଲ ଏହାର ଡୁଡଲରେ ଭାରତୀୟ ଶିଳ୍ପ ପରମ୍ପରାକୁ ସ୍ଥାନିତ କରିଛି। ଗୁଗୁଲ ଦେଶର ବିବିଧତା ମଧ୍ୟରେ ଏକତାକୁ ଦର୍ଶାଇ ସ୍ବତନ୍ତ୍ରତାର ସେଲିବ୍ରେସନ କରୁଛି। ଏହି ଗୁଗୁଲ୍ ଡୁଡଲକୁ ଦିଲ୍ଲୀର କଳାକାର ନମ୍ରତା କୁମାରଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି । ଭାରତରେ ବସ୍ତ୍ରର ଇତିହାସ ବହୁତ ପୁରୁଣା । ଗୁଗୁଲର ଏହି ଖାସ୍ ଡୁଡୁଲ ଭାରତୀୟ ଟେକ୍ସଟାଇଲର ବିଭିନ୍ନ କପଡା ଏବଂ ଡିଜାଇନକୁ ବର୍ଣ୍ଣନା କରିଛି । ଡୁଡଲ୍ ସହିତ ଗୁଗୁଲ ଭାରତର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ବିଭିନ୍ନ ଟେକ୍ସଟାଇଲ୍ ଆର୍ଟ୍ ଫର୍ମକୁ ସମ୍ମାନ ଦେଇ ଏକତା ପ୍ରଦର୍ଶନ କରିଛି ।
ଗୁଗୁଲର ଏହି ଡୁଡଲରେ ଓଡ଼ିଶାର ବାନ୍ଧକଳା ସମେତ ଗୁଜୁରାଟ କଚ୍ଚର ସ୍ୱତନ୍ତ୍ର ଏମ୍ବ୍ରୋଡୋରୀକୁ ସ୍ଥାନିତ କରାଯାଇଛି । ଚିତ୍ରରେ ହିମାଚଳ ପ୍ରଦେଶର ପଟ୍ଟୁ ବୁଣା, ପଶ୍ଚିମବଙ୍ଗର କାନ୍ତା ଏବଂ ଜାମଦାନୀ ବୁଣା, ଗୋଆର କୁନବୀ ବୁଣା, ଜାମ୍ମୁ କାଶ୍ମୀରର ପାଶ୍ମିନା କାନି ଟେକ୍ସଟାଇଲ୍, ଉତ୍ତରପ୍ରଦେଶର ବନାରସୀ ଡିଜାଇନ୍ ଭଳି ଅନ୍ତର୍ଭୁକ୍ତ ହୋଇଛି ବିଭିନ୍ନ ରାଜ୍ୟର ଡିଜାଇନ୍।