ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ଡେଙ୍ଗୁ ଦମନ ପାଇଁ ଆଜିଠାରୁ ବିଏମସି ଆରମ୍ଭ କରିଛି ଡେଙ୍ଗୁ ଡ୍ରାଇଭ୍ । ଏଣିକି ମଶା ଅନୁକୁଳ ପରିବେଶ ସୃଷ୍ଟି କରିଥିଲେ ଫାଇନ ଆଦାୟ କରିବ ବିଏମସି । ଘରକୁ ଘର ବୁଲି ଡେଙ୍ଗୁ ଫାଇନ୍ ଆଦାୟ କରିବ ବିଏମସି । ଏଥିପାଇଁ ୧୦ରୁ ଅଧିକ ଟିମ୍ ମୁତୟନ ହୋଇଛନ୍ତି । ଏହାସହ ସବୁ ଓ୍ବାର୍ଡରେ ମଶା ତେଲ ପକାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ରାଜଧାନୀବାସୀଙ୍କ ଫିଡ ବ୍ୟାକ୍ ନିଆଯାଉଛି । କିନ୍ତୁ କେହି ନିୟମ ଉଲଂଘନ କରିବେ , ତେବେ ଫାଇନ ଦେବାକୁ ବାଧ୍ୟ ହେବେ । ସେପଟେ ବିଏମସିର ଏଭଳି ପଦକ୍ଷେପକୁ ନେଇ ବିଏମସି କମିଶନର କହିଛନ୍ତି ଅର୍ଥ ଆଦାୟ ଲକ୍ଷ୍ୟରେ ଏସବୁ କରାଯାଇନି ବରଂ ଲୋକଙ୍କୁ ସଚେତନ କରିବା ଆମର ମୁଖ୍ୟ ଲକ୍ଷ୍ୟ ।
ଡେଙ୍ଗୁ ଅଡିଟ୍ ବେଳେ ଯଦି କେହି ଧରାପଡିବେ , ତେବେ ପ୍ରତି ଘର ପାଇଁ ୧ ହଜାର ଏବଂ ଅନୁଷ୍ଠାନ ପାଇଁ ୫ ହଜାର ଟଙ୍କା ଫାଇନ ଆଦାୟ କରାଯିବ । ପୂର୍ବରୁ ଡେଙ୍ଗୁ ପାଇଁ ଅଜବ ନିର୍ଦ୍ଦେଶନାମା ଜାରି କରିଥିଲା ବିଏମସି । ଘରୁ ମଶା ବାହାରିଲେ ଘର ମାଲିକ ୧ ହଜାର ଟଙ୍କା ତଣ୍ଡ ଗଣିବେ । କିନ୍ତୁ ନୂଆ ନିୟମ ଅନୁସାରେ ଘର ସନ୍ଧି, ଖଟତଳେ ପଶି ମଶା ଖୋଜାଯିବ । ଆଉ ମଶା ପାଇଲେ ଗୃହକର୍ତ୍ତା ୧ ହଜାର ଟଙ୍କା ଜରିମାନା ଗଣିବେ ।