ଶତ୍ରୁଙ୍କୁ ବିନାଶ କରିବ ବିନ୍ଧ୍ୟଗିରି

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତୀୟ ନୈାସେନାକୁ ମିଳିବ ବଳ । ନୂଆ ଅତ୍ୟାଧୁନିକ ଯୁଦ୍ଧପୋତକୁ ରାଷ୍ଟ୍ରପତି ଦେଶ ଉଦ୍ଦେଶ୍ୟରେ କରିଛନ୍ତି ସମର୍ପିତ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇଏନଏସ ବିନ୍ଧ୍ୟଗିରି ଯୁଦ୍ଧପୋତ ଉଦ୍‌ଘାଟନ କରିଛନ୍ତି। ସମୁଦ୍ରରେ ଘଂଟା ପ୍ରତି ୫୨ କିମି ବେଗରେ ଗତି କରିପାରିବ ବିନ୍ଧ୍ୟଗିରି ଯୁଦ୍ଧ ଜାହାଜ । ସବୁଠାରୁ ବଡ କଥା ହେଲା ଯୁଦ୍ଧଜାହାଜର ୭୫ ପ୍ରତିଶତ ଟେକ୍ନୋଲୋଜି ସ୍ୱଦେଶୀ କମ୍ପାନୀ ବନାଇଛନ୍ତି । ଭାରତୀୟ ନୌସେନାରେ ଏହି ଅତ୍ୟାଧୁନିକ ଯୁଦ୍ଧପୋତର ଜଳାବତରଣ କରିଛନ୍ତି ରାଷ୍ଟ୍ରପତି।

ଯେଉଁଥିରେ ୧୨୭ ଏମଏମ ବନ୍ଧୁକ, ଦୁଇଟି ୩୦ ଏମଏମ ଇକ-୬୩୦ଗ ସହ ଆଣ୍ଟି-ଏୟାରକ୍ରାଫ୍ଟ ଆର୍ଟିଲିରି ସିଷ୍ଟମ, ଦୁଇଟି ଟର୍ପେଡୋ ଟ୍ୟୁବ, ଆଠଟି ବ୍ରାହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଏବଂ ବାୟୁ ମିସାଇଲ ପାଇଁ ୩୨ ବାରାକ -୮ ରହିଛି । ଏହାର ମୁଖ୍ୟ ରାଡାର ମଧ୍ୟ ଉନ୍ନତ ଧରଣର । ୬,୬୭୦ ଟନ୍ ସହ ଦୈର୍ଘ୍ୟ: ୧୪୯ ମିଟର ରହିଛି । ଚଉଡା: ୧୭,୮ ମିଟର ରହିଛି । ଏହାର ଗତି ୨୮ ନଟସ ରହିଥିବା ବେଳେ କ୍ରୁ ମେମ୍ବରଙ୍କ ସହ ୨୨୬ ନାବିକ ରହିବେ ।

Leave A Reply

Your email address will not be published.