ଏଣିକି ଗୋଟିଏ ପରିଚୟ ପତ୍ରରେ ମିଳିବ ମାତ୍ର ୪ଟି ସିମ୍

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାରା ଦେଶରେ ସାଇବର କ୍ରାଇମ୍ ବଢି ବଢି ଚାଲିଛି । ସାଇବର ଠକମାନେ ଭିନ୍ନ ଭିନ୍ନ ଉପାୟରେ ନିଜର ଜାଲ ବିଛାଉଛନ୍ତି । କିନ୍ତୁ ଏବେ ସାବାଡ଼ ହେବେ ସାଇବର ଠକ । କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡଲାଇନ । ବିଶେଷ କରି ସିମକାର୍ଡ ଡିଲରଙ୍କ ଉପରେ ପୁଲିସର ଏଣିକି କଡ଼ା ନଜର ରହିବ । ସରକାର ଆଣିଥିବା ନୂଆ ଗାଇଡଲାଇନରେ ସିମ କିଣାବିକାକୁ ନେଇ କିଛି ନୂଆ ନିୟମ ଲାଗୁ ହେବ । ପୂର୍ବରୁ ଗୋଟିଏ ପରିଚୟପତ୍ରରେ ୯ଟି ସିମକାର୍ଡ ମିଳୁଥିବାବେଳେ ଏବେ କେବଳ ୪ଟି ସିମ ମିଳିବ ।

ସରକାର ୬୭ହଜାର ସିମକାର୍ଡ ଡିଲରଙ୍କୁ କଳା ତାଲିକାଭୁକ୍ତ କରିବା ସହ ୫୨ଟି ଲକ୍ଷ ସିମକୁ ଅକାମୀ କରିଛନ୍ତି । ତେବେ ଲାଗୁ ହୋଇଥିବା ନିୟମ ଉଲ୍ଲଂଘନ କଲେ ସିମ୍କାର୍ଡ ଡିଲରଙ୍କୁ ୧୦ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜରିମାନା ଦେବାକୁ ପଡିବ । ଏନେଇ ଆଜି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.