ମଧୁମେହ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବ ଜିରା

0

ସ୍ୱାସ୍ଥ୍ୟ ହିଁ ସଂପଦ । ସ୍ୱାସ୍ଥ୍ୟ ପାଇଁ ଆମେ ବହୁତ ସମୟରେ ଡାକ୍ତରଙ୍କ ପରାମର୍ଶ କରିଥାଉ । କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା । ସ୍ୱାସ୍ଥ୍ୟ ପାଇଁ ଜୀରା ବହୁତ ଲାଭଦାୟକ ଅଟେ । ଜୀରାର ବ୍ୟବହାର ପ୍ରାୟ ସମସ୍ତ ଘରେ ଖୁବ ଆଦର ସହକାରେ ହୋଇଥାଏ । ଜୀରା ଯେପରି ସ୍ୱାଦ ଯୁକ୍ତ ସେହିଭଳି ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ ।ଖାଦ୍ୟ ହଜମ କରାଏ ଜୀରା ।ଓଜନ ହ୍ରାସ କରାଏ ଜିରା

କିନ୍ତୁ ବିଭିନ୍ନ ଘରୋଇ ଉପଚାର ଦ୍ୱାରା ଆମେ ଆମର ସ୍ୱାସ୍ଥ୍ୟର ଯତ୍ନ ନେଇ ପାରିବା । ସ୍ୱାସ୍ଥ୍ୟ ପାଇଁ ଜୀରା ବହୁତ ଲାଭଦାୟକ ଅଟେ । ଜୀରାର ବ୍ୟବହାର ପ୍ରାୟ ସମସ୍ତ ଘରେ ଖୁବ ଆଦର ସହକାରେ ହୋଇଥାଏ । ଜୀରା ଯେପରି ସ୍ୱାଦ ଯୁକ୍ତ ସେହିଭଳି ସ୍ୱାସ୍ଥ୍ୟ ଉପକାରୀ ମଧ୍ୟ । ତେବେ ଚାଲନ୍ତୁ ଜାଣିବା ଜୀରାର ବିଭିନ୍ନ ଲାଭଦାୟକ ।ପ୍ରତିଦିନ ଜିରାକୁ ପାଣିରେ ଫୁଟାଇ ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଜୀରା ଶରୀରର ଏକ୍ସଟ୍ରା ଫ୍ୟାଟ ବା ଅଧିକ ମୋଟାପଣକୁ କମ୍ କରିଥାଏ ।ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ପାଇଁ ଇମ୍ୟୁନ ସିଷ୍ଟମ ଠିକ ରହିବା ଆବଶ୍ୟକ ଅଟେ । ତେଣୁ ଜୀରାକୁ ନିୟମିତ ଭାବରେ ସେବନ କରୁଥିବା ଲୋକ ମାନଙ୍କର ରୋଗ ପ୍ରତିରୋଧକ କ୍ଷମତା ମଜବୁତ ହୋଇଥାଏ ।

କୋଲେଷ୍ଟ୍ରଲକୁ କମ୍ କରେ ଜୀରା;

ଯେଉଁ ବ୍ୟକ୍ତିମାନେ କୋଲେଷ୍ଟ୍ରଲ ସମସ୍ୟା ରହିଥାଏ ସେମାନେ ପ୍ରତିଦିନ ଜୀରାର ପାଉଡର ବା ଗୁଣ୍ଡ ପ୍ରସ୍ତୁତ କରି ପାଣି ସହିତ ଏହାକୁ ସେବନ କରନ୍ତୁ । ଏହାଦ୍ୱାରା ଶରୀରରେ କୋଲେଷ୍ଟ୍ରଲ ମାତ୍ରା ସନ୍ତୁଳିତ ରହିଥାଏ ।

ମଧୁମେହ ନିୟନ୍ତ୍ରଣ କରେ ଜୀରା;

ମଧୁମେହ ରୋଗୀ ମାନଙ୍କ ପାଇଁ ଜୀରା ଗୋଟିଏ ମହତ୍ଵପୂର୍ଣ୍ଣ ଔଷଧ ଅଟେ । ଜୀରାରେ ଭରପୁର ମାତ୍ରାରେ ଆଣ୍ଟି ଡାଇବେଟିକ ଗୁଣ ରହିଛି । ଯାହା ଶରୀରର ଶର୍କରା ସ୍ତରକୁ ନିୟନ୍ତ୍ରିତ କରିଥାଏ ଓ ମଧୁମେହ ହେବାର ସମ୍ଭାବନା କମ୍ ରହିଥାଏ ।

ଏସିଡିଟି ଓ ଗ୍ୟାସ ସମସ୍ୟା ଦୂର କରେ ଜୀରା;

ପ୍ରତିଦିନ ସକାଳୁ ଖାଲି ପେଟରେ ୧ ଚାମଚ ଜୀରା ସହ ଉଷୁମ ପାଣି ପିଇବା ଦ୍ୱାରା ଗ୍ୟାସ ଓ ଏସିଡିଟି ସମସ୍ୟା ଦୂର ହୋଇଥାଏ ।ଏହା ହଜମ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ହଜମକାରୀ ଏନଜାଇମର କାର୍ଯ୍ୟକଳାପକୁବ ବୃଦ୍ଧି କରାଇଥାଏ ।ଶରୀରର ଷ୍ଟ୍ରେସ୍ ବା ଚାପକୁ ନିୟନ୍ତ୍ରଣ କରେ ଜୀରା । ଜୀରା ଶରୀରରେ ଆଣ୍ଟିଅକ୍ସିଡାଣ୍ଟ ଭାବରେ କାମ କରି ଚାପକୁ କମ୍ କରାଏ ।

Leave A Reply

Your email address will not be published.