କୋରେଇରେ ବିଜେପି ପାଇଁ ନିର୍ବାଚନ ପ୍ରଚାର ଜୋରଦାର; ମଇଦାନରେ ରାଜ୍ୟ ଓ ଜିଲ୍ଲା ପ୍ରଭାରୀ

0

ନିର୍ବାଚନ ଯେତେ ପାଖେଇ ପାଖେଇ ଆସୁଛି ଦିନକୁ ଦିନ ଗାଁ ରାଜନୀତି ମଧ୍ୟ ସରଗରମ ହେବାରେ ଲାଗିଛି ।ଗାଁ ଗାଁ ବୁଲି ଭୋଟ ଭିକ୍ଷା କରୁଛନ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପାର୍ଥିମାନେ।କୋରେଇରେ ତିନି ପ୍ରମୁଖ ଦଳ ନିଜ ନିଜର ଦଳୀୟ ପାର୍ଥିମାନଙ୍କୁ ଜିତେଇବା ପାଇଁ ରାଜନୈତିକ ରଣନୀତି ପ୍ରସ୍ତୁତ କରିଛନ୍ତି।ଦଳୀୟ ଟିକେଟରେ ଲଢ଼ୁଥିବା ଜିଲ୍ଲା ପରିଷଦ ପାର୍ଥି ଓ ବିଧାୟକ ତଥା ଦଳୀୟ ନେତାଙ୍କ ସମର୍ଥନରେ ପ୍ରତିଦ୍ବନ୍ଦିତା କରୁଥିବା ସରପଞ୍ଚ ଓ ସମିତିସଭ୍ୟ ମନେ ଅଣ୍ଟା ଭିଡ଼ିବା ଆରମ୍ଭ କରୁଥିବା ଦେଖିବାକୁ ମିଳିଛି।ଏ ସବୁ ଭିତରେ କୋରେଇରେ ଭାରତୀୟ ଜନତା ପାର୍ଟି ପ୍ରଚାରରେ ସବୁଠୁ ଆଗରେ ରହିଥିବା ଦେଖିବାକୁ ମିଳୁଛି। ନିଜ ପ୍ରାର୍ଥୀ ମାନଙ୍କୁ ଜିତାଇବା ପାଇଁ କୋରେଇ ବିଜେପି ନେତା ବିଶ୍ୱଜିତ ନାୟକ ଜିଲ୍ଲା ପ୍ରଭାରୀ ମାନସ ମହାନ୍ତି, ରାଜ୍ୟ ସମ୍ପାଦକ ସାରଦା ଶତପଥୀ ଯୁବ ମୋର୍ଚ୍ଚାର ସଭାପତି ବିକ୍ରମ ବିଶ୍ୱାଳ ଆଦି ଦଳର ନେତା ମାନେ କୋରେଇର ୨ ନଂ ଜୋନରେ ବିଜେପି ପ୍ରାର୍ଥୀ ଆଲୋକ ମାଲିକଙ୍କ ପାଇଁ ଜୋରଦାର ପ୍ରଚାରରେ ଦେଖିବାକୁ ମିଳିଥିଲା ।କୋରେଇ ୨ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଅଲୋକ ମଳିକଙ୍କ ସମେତ ସରପଞ୍ଚ ,ସମିତି ପାର୍ଥୀ ମାନଙ୍କ ପାଇଁ ଭୋଟର ମାନଙ୍କୁ ବିଜେପିକୁ ଜନମତ ଦେଲେ ନରେନ୍ଦ୍ର ମୋଦି ଙ୍କ ଜନକଲ୍ୟାଣ ଯୋଜନା ଗୁଡିକୁ କିପରି ଜନସାଧାରଣ ପାଖରେ ପଞ୍ଚାଇ ପାରିବେ ସେ ବାର୍ତ୍ତା ଦେଇ ଭୋଟ ଭିକ୍ଷା କରିଥିଲେ।

Leave A Reply

Your email address will not be published.