ଫିଫା ମହିଳା ବିଶ୍ବକପ୍‌: ଇଂଲଣ୍ଡକପ ପରାସ୍ତ କରି ସ୍ପେନ୍‌ ବିଜୟୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଫିଫା ମହିଳା ବିଶ୍ବକପ୍‌ରେ ଇଂଲଣ୍ଡକପ ପରାସ୍ତ କରି ସ୍ପେନ୍‌ ବିଜୟୀ। ରବିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଫାଇନାଲ୍‌ରେ ୭୫,୦୦୦ରୁ ଊର୍ଦ୍ଧ୍ବ ଦର୍ଶକଙ୍କ ସମ୍ମୁଖରେ ଏହି ଦଳ ୧-୦ ଗୋଲ୍‌ରେ ଇଂଲଣ୍ଡକୁ ପରାସ୍ତ କରିଛି। ଏହି ଏକମାତ୍ର ଗୋଲ୍‌ଟି ସ୍ପେନ୍‌ ଅଧିନାୟିକା ଓଲଗା କାର୍ମୋନା ଦେଇଥିଲେ। ପ୍ରଥମାର୍ଦ୍ଧର ୨୯ତମ ମିନିଟ୍‌ରେ କାର୍ମୋନା ଏହି ଗୋଲ୍‌ଟି ସ୍କୋର୍‌ କରିଥିଲେ। ଦ୍ବିତୀୟାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହେବାରୁ ସେହି ଗୋଟିଏ ଗୋଲ୍‌ ବ୍ୟବଧାନରେ ସ୍ପେନ୍‌ ବିଜୟୀ ହୋଇଥିଲା।

ଏଥିସହ ତୃତୀୟ ଥର ଲାଗି ବିଶ୍ବକପ୍‌ ଖେଳୁଥିବା ସ୍ପେନ୍‌ ପ୍ରଥମ ଥର ଲାଗି ଏହି ଟ୍ରଫି ତୋଳି ଧରିବାର ଗୌରବ ପାଇଥିଲା। ଏଥିସହ ଲା ରୋଜାସ ଭାବେ ପରିଚିତ ସ୍ପେନ୍‌ ମହିଳା ଫୁଟ୍‌ବଲ୍‌ ଦଳ ପ୍ରଥମ ଦେଶ ଭାବେ ୩ଟି ବିଶ୍ବ (୧୭, ୨୦ ବର୍ଷରୁ କମ୍‌ ଓ ବରିଷ୍ଠ) ମୁକୁଟ ଅର୍ଜନ କରିଛି। ଗତ ବର୍ଷ ୧୭ ଓ ୨୦ ବର୍ଷରୁ କମ୍‌ ବିଶ୍ବକପ୍‌ ଏହି ଦଳ ଜିତିଥିଲା। ସାଲମା ପାରାଲୁଏଲୋ ମଧ୍ୟ ପ୍ରଥମ ଖେଳାଳି ଭାବେ ୩ ବିଶ୍ବକପ୍‌ ଧରିବାର ଗୌରବ ପାଇଛନ୍ତି। ୨୦୧୮ରେ ସେ ୧୭ ବର୍ଷରୁ କମ୍‌ ବିଜେତା ଦଳର ସଦସ୍ୟା ରହିଥିଲା ବେଳେ ଗତ ବର୍ଷ ୨୦ ବର୍ଷରୁ କମ୍‌ ଦଳରେ ରହିଥିଲେ।

Leave A Reply

Your email address will not be published.