ହିମାଚଳପ୍ରଦେଶକୁ ସହାୟତାର ହାତ ବଢାଇବ ତାମିଲନାଡୁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ଲୋକଙ୍କ ଜୀବନ ଜୀବିକା ବାଧାପ୍ରାପ୍ତ ହୋଇଛି । ଏହାରି ଭିତରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବନ୍ୟାଗ୍ରସ୍ତ ହିମାଚଳ ପ୍ରଦେଶରେ ରିଲିଫ ସହାୟତା ପାଇଁ ୧୦ କୋଟି ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଏବଂ ସମସ୍ତ ସହାୟତା ପାଇଁ ପ୍ରତିଶୃତି ଦେଇଛନ୍ତି। ତାଙ୍କ ହିମାଚଳ ପ୍ରଦେଶର ପ୍ରତିପକ୍ଷ ସୁଖବିନ୍ଦର ସିଂ ସୁଖୁଙ୍କୁ ଏକ ଚିଠି ଲେଖି ସିଏମ ଷ୍ଟାଲିନ କହିଛନ୍ତି ପ୍ରବଳ ବର୍ଷା ଓ ଭୂସ୍ଖଳନ ଯୋଗୁଁ ପାହାଡ଼ ରାଜ୍ୟରେ ହୋଇଥିବା କ୍ଷୟକ୍ଷତି ଏବଂ ବିନାଶ ନେଇ ସେ ଯନ୍ତ୍ରଣା ଅନୁଭବ କରିଛନ୍ତି।

ସେ କହିଛନ୍ତି, ’ମୋର ଚିନ୍ତାଧାରା ସମସ୍ତଙ୍କ ସହ ଅଛି ଯେଉଁମାନେ ପ୍ରାକୃତିକ ବିପର୍ୟ୍ୟୟ ଦ୍ୱାରା ପ୍ରଭାବିତ ହୋଇଛନ୍ତି, ଏକ ଛୋଟ ସହାୟତା ଭାବରେ ତାମିଲନାଡୁ ସରକାର ଆପଣଙ୍କ ରାଜ୍ୟରେ ରିଲିଫ କାର୍ୟ୍ୟ ପାଇଁ ୧୦ କୋଟି ଟଙ୍କା ଯୋଗଦାନ କରୁଛନ୍ତି। ଦୟାକରି ଏହାକୁ ଗ୍ରହଣ କରନ୍ତୁ।

 

Leave A Reply

Your email address will not be published.