୧୮ଟି ରାଜ୍ୟକୁ ମନରେଗା ଯୋଜନାର ବକେୟା ରାଶି ଦେଉନାହାଁନ୍ତି କେନ୍ଦ୍ର ସରକାର: ମଲ୍ଲିକାର୍ଜୁନ ଖଡଗେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):୧୮ଟି ରାଜ୍ୟକୁ ମନରେଗା ଯୋଜନାର ବକେୟା ରାଶି ଦେଉନାହାଁନ୍ତି କେନ୍ଦ୍ର ସରକାର। ଏନେଇ ଅଭିଯୋଗ ଆଣିଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବୁଧବାର ଦିନ ଖଡଗେ ଦାବି କରିଛନ୍ତି କି, ମୋଦୀ ସରକାର ଏପର୍ଯ୍ୟନ୍ତ ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ମନରେଗା ଯୋଜନାରେ ୬,୩୩୬ କୋଟି ଟଙ୍କା ବକେୟା ରାଶି ପ୍ରଦାନ କରିନାହାଁନ୍ତି । ଖଡଗେ କହିଛନ୍ତି କି ୧୮ ବର୍ଷ ପୂର୍ବେ କଂଗ୍ରେସ ସରକାର ଦ୍ୱାରା ଆରମ୍ଭ କରାଯାଇଥିବା ପ୍ରମୁଖ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି କାର୍ଯ୍ୟକ୍ରମ ମନରେଗା ଯୋଜନାକୁ ବି ବିଜେପି ସରକାର ଦୁର୍ବଳ କରିବାରେ ଲାଗିଛି ।

୨୦୦୫ ମସିହା ଆଜିର ଦିନରେ କଂଗ୍ରେସ ସରକାର ଦେଶର କୋଟି କୋଟି ଗ୍ରାମୀଣ ଲୋକଙ୍କ ରୋଜଗାର ଅଧିକାରକୁ ସୁନିଶ୍ଚିନ୍ତ କରିବାକୁ ମନରେଗା ଯୋଜନା ଲାଗୁ କରିଥିଲେ । ମନରେଗା ଯୋଜନାକୁ କେନ୍ଦ୍ର ସରକାର ଦୁର୍ବଳ କରୁଛନ୍ତି । ଏନେଇ ଖଡଗେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି କି, ବିଜେପି ସରକାର ଚଳିତ ବର୍ଷ ମନରେଗା ଯୋଜନାରେ ୩୩ ପ୍ରତିଶତ କାଟି ଦେଇଛନ୍ତି  । ଏହାସହ ସରକାର ୧୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଚଳିତ ବର୍ଷ ୬.୩୩୬ କୋଟି ଟଙ୍କା ବକେୟା ରାଶି ପ୍ରଦାନ କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.