ରାସ୍ତାରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଯୁବକ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାସ୍ତାରେ ଯୁବତୀଙ୍କୁ ପ୍ରେମ ନିବେଦନ କରି ଫସିଲେ ଯୁବକ । କଲେଜ୍ ଛାତ୍ରୀଙ୍କୁ ରାସ୍ତାରେ ଅଟକାଇ ପ୍ରେମ ନିବେଦନ କରିବା ପଡିଲା ମହଙ୍ଗା । ଯୁବତୀଙ୍କୁ ଅଟାଇବା ସମୟରେ ଗ୍ରାମବାସୀଙ୍କ ହାତରେ ପଡି ହଟହଟ୍ଟା ହେଲେ ଯୁବକ । ତାପରେ ପୋଲିସ ହାତରେ ବନ୍ଧା ହୋଇ ଥାନାକୁ ଗଲେ । ହଁ ଆଜ୍ଞା ରୋଡ ରୋମିଓଙ୍କୁ ଧରି ପୋଲିସର ଜିମା ଦେଲେ ଗ୍ରାମବାସୀ। ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ପରଜଙ୍ଗ ପେଟ୍ରୋଲ ପମ୍ପ ନିକଟରେ ଜୈନିକ କଲେଜ ଛାତ୍ରୀ ରାସ୍ତାରେ ଯାଉଥିବା ବେଳେ ଏକ ବାଇକରେ ତିନି ଜଣ ଯୁବକ ଆସି ଯୁବତୀଙ୍କୁ ଅଟକାଇ ପ୍ରେମ ନିବେଦନ କରିଥିଲେ ।

ଛାତ୍ରୀ ଜଣଙ୍କ ରାଜି ନହେବାରୁ ଜଣେ ଯୁବକ ଉତକ୍ଷିପ୍ତ ହୋଇ ଉକ୍ତ ଛାତ୍ରୀଙ୍କୁ ମାଡ଼ ମାରି ପଳାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ହାତରେ ଧରାପଡିଗଲେ । ଗ୍ରାମବାସୀ ଦୁଇଜଣଙ୍କୁ କାବୁ କରିଥିବାବେଳେ ସେମାନଙ୍କ ମଧ୍ୟରୁ ଜଣେ ଯୁବକ ଦଉଡ଼ି ପଳାଇଥିଲେ । ଖବର ପାଇ ପରଜଙ୍ଗ ପୋଲିସ ପହଞ୍ଚି ଥିଲେ ଅଟକ ଦୁଇ ଯୁବକଙ୍କୁ ନିଜ ହେପାଜତକୁ ନେଇଛି ।

Leave A Reply

Your email address will not be published.