ପୁଣି ବିଗିଡ଼ିଲା ବଲିଉଡର ଭେଟେରାନ୍ ଗାୟକ ଲତା ମଙ୍ଗେସକରଙ୍କ ସ୍ୱାସ୍ଥ୍ୟାବସ୍ଥା। ଫଳରେ ତାଙ୍କୁ ଆଜି ଭେଣ୍ଟିଲେଟରକୁ ସିଫ୍ଟ କରାଯାଇଛି ।ଜାନୁଆରୀ ୮ ତାରିଖରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।ଲତା ମଙ୍ଗେସକରଙ୍କ ଚିକିତ୍ସା କରୁଥିବା ଡକ୍ଟର ପ୍ରତିତ୍ ସାମଦାନୀ କହିଛନ୍ତି ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଛି। ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଛନ୍ତି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଇତି ମଧ୍ୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବାବେଳେ ଆଜି ସେ ଆଉ ଥରେ ଅସୁସ୍ଥ ହୋଇ ଯାଇଛନ୍ତି।
ସୂଚନା ଥଉକି, ଲତା ମଙ୍ଗେସକରଙ୍କୁ ୯୨ ବର୍ଷ ବୟସ ଏବଂ ତାଙ୍କର ଅନ୍ୟାନ୍ୟ ବାର୍ଦ୍ଧକ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଅଛି | ଏହି ସମୟରେ, ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ସାରା ଦେଶରେ ପ୍ରାର୍ଥନା କରାଯାଉଛି