ପିଲାଙ୍କ ତାସ ଖେଳକୁ ନେଇ ତୁମୁଳ କାଣ୍ଡ, ୩ ଗୁରୁତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପିଲାଙ୍କ ତାସ ଖେଳକୁ ନେଇ ୨ ପରିବାର ମଧ୍ୟରେ ତୁମୁଳ କାଣ୍ଡ।କେଉଁଝର ଜିଲ୍ଲା ହାଟଡ଼ିହି ବ୍ଲକ ସୋସୋ ଥାନା ଅନ୍ତର୍ଗତ ସଢା ଗାଁରେ ପିଲାଙ୍କ ଭିତରେ ହୋଇଥିବା ତାସ ଖେଳକୁ ନେଇ ପ୍ରଥମେ ବଚସା ଓ ପରେ ରକ୍ତାକ୍ତ ସଂଘର୍ଷ ଭଳି ଉଗ୍ର ରୂପ ଦେଖିବାକୁ ମିଳିଛି । ଗାଁରେ ପିଲାମାନେ ଏକତ୍ରିତ ହୋଇ ତାସ ଖେଳୁଥିବା ସମୟରେ ଶଶିକାନ୍ତ ପାତ୍ରଙ୍କ ପୁଅ ଶକ୍ତି ସହିତ କେଶବ ପାତ୍ରଙ୍କ ପୁଅ ଧୀରେନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରଥମେ ଧୀରେନ୍ଦ୍ର ଶକ୍ତିକୁ ମାଡ ମାରି ଆହତ କରିଥିଲା। ଘଟଣାକୁ ବିରୋଧ କରି ଶକ୍ତିଙ୍କ ମାମୁଁ ପୁଅ ଭାଇ ରିତେଶ, ଧୀରେନ୍ଦ୍ରକୁ ଏକ ଚାପୁଡ଼ା ମାରିଥିଲେ ।

ଗତକାଲି ସନ୍ଧ୍ୟାରେ ଏସବୁ ଘଟି ସମାଧାନ ହୋଇଯାଇଥିଲା। ତେବେ ଆଜି ସକାଳେ ଧୀରେନ୍ଦ୍ରଙ୍କ ପରିବାର ଲୋକ ସଂଘବଦ୍ଧ ଭାବେ ଶକ୍ତିଙ୍କ ପରିବାର ଉପରେ ଅଚାନକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଶକ୍ତିଙ୍କ ମା, ଭଉଣୀ ଓ ପିଉସୀ ଗୁରୁତର ହୋଇ ଆନନ୍ଦପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

Leave A Reply

Your email address will not be published.