ଟ୍ରକ୍‌କୁ ଓଭରଟେକ୍ କରି ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଟ୍ରକ୍‌କୁ ଓଭରଟେକ୍ କରି ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ମୁଣ୍ଡମରାଇ ଗାଁ ନିକଟରେ। ମୃତକ ଦୁଇ ଜଣ ହେଲେ ସୋରଡା ନୂଆଗଡ ଗାଁର ରିଙ୍କୁ ନାୟକ ଓ ରାହୁଲ ନାୟକ। ଆଜି ଦିନ ପ୍ରାୟ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଛି। ରିଙ୍କୁ ଓ ରାହୁଲ ଏକ ବାଇକରେ ଟ୍ରକ୍‌କୁ ଓଭର ଟେକ୍ କରୁଥିଲେ। କିଛି ବାଟ ଓଭରଟେକ୍ କରି ଗଲା ପରେ ସାମ୍ନାପଟୁ ଆସୁଥିବା ଏକ ବାଇକ୍‌ ସହ ଓଭରଟେକ କରୁଥିବା ବାଇକ୍‌ ଆରୋହୀଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା।

ରିଙ୍କୁ ଓ ରାହୁଲ ବାଇକ୍‌ରୁ ଛିଟିକି କେନାଲ ହୁଡ଼ାରେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.