ଡାକ୍ତରଖାନାରେ ଚିକିତ୍ସାଧୀନ ମହିଳା ଏସଆଇ ନିଖୋଜ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଡାକ୍ତରଖାନାରେ ଚିକିତ୍ସାଧୀନ ମହିଳା ଏସଆଇ ନିଖୋଜ। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଏସଆଇ କାଜଲ ଭୋଇ ଚିକିତ୍ସିତ ହେଉଥିଲେ । ହେଲେ ଆଜି ଦିନ ୯ଟା ପରଠୁ ସେ ବେଡରେ ନଥିବା ଦେଖିବାକୁ ମିଳିଛି । ହଠାତ ଡାକ୍ତରଖାନାରୁ କାହାକୁ କିଛି ନ କହି ସେ ଚାଲି ଯାଇଥିବା କହିଛନ୍ତି ମେଡିକାଲ କଲେଜର ଅଧୀକ୍ଷକ ସଚଳା ଭୋଇ ।

ବଲାଙ୍ଗିର ଜିଲ୍ଲା ସଇଁତଳା ଥାନାରେ କାର୍ଯ୍ୟରତ ମହିଳା ଏସଆଇ କାଜଲ ବାଗ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସେ ନନ୍ଦୁପଡ଼ାରରେ ଭଡା ଘରେ ରହୁଥିଲେ। ଗତକାଲି ରାତିରେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। କୌଣସି ସୂତ୍ରରୁ ଖବର ପାଇ ନିକଟରେ ରହୁଥିବା ASI ଥବୀର ମହାରଣା ଆସି ଉଦ୍ଧାର କରିଥିଲେ । ପରେ ତାଙ୍କୁ ସଇଁତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଂକୁ ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆଜି ତାଙ୍କର ପତ୍ତା ମିଳୁନାହିଁ ।.

Leave A Reply

Your email address will not be published.