କ୍ଷମା ମାଗିଲେ ବ୍ରିନେଟ୍ ପ୍ରଧାନମନ୍ତ୍ରୀ ଋଷି ସୁନକ: ଜାଣନ୍ତୁ କାହିଁକି?

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଚର୍ଚ୍ଚାରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ । ଏଥର ସେ କ୍ଷମା ପ୍ରାର୍ଥନା କରି ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ସଂସଦୀୟ ଆଚରଣ ବିଧି ଉଲ୍ଲଂଘନ ମାମଲା‌ ନେଇ ସଂସଦରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ମାମଲା ସୁନକଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ବ୍ୟବସାୟ ସଂକ୍ରାନ୍ତ ହୋଇଥିବା ବେଳେ ଏହାକୁ ନେଇ ସୁନକଙ୍କୁ ବିରୋଧୀମାନେ କଡ଼ା ସମାଲୋଚନା କରିଥିଲେ। ଅକ୍ଷତାଙ୍କ ବ୍ୟବସାୟ ଓ ଲାଭକୁ ନେଇ ସଠିକ୍‌ ତଥ୍ୟ ପ୍ରଦାନ କରିବାରେ ବିଫଳତା ପାଇଁ ସୁନକଙ୍କୁ ଏବେ ଘୋର ଅଡ଼ୁଆର ସମ୍ମୁଖୀନ ହେବାକୁ ପଡ଼ିଛି।

ସଂସଦୀୟ ଯାଞ୍ଚ କମିଟିକୁ ପତ୍ନୀଙ୍କ ଲାଭାଂଶ ସଂପର୍କରେ ଯେଉଁ ତଥ୍ୟ ସୁନକ ପ୍ରଦାନ କରିଥିଲେ ତାହା ବିଭ୍ରାନ୍ତିକର ଏବଂ ଅନେକ ରେକର୍ଡରେ ତାଳମେଳ ରହୁନାହିଁ ବୋଲି ସଂସଦୀୟ କମିଟି ଜଣାଇଥିଲା। ଏହାକୁ ନେଇ ବିରୋଧୀ ଦଳ ସୁନକଙ୍କୁ ଘେରିଥିଲା ଏବଂ ସଠିକ୍‌ ତଥ୍ୟ ଉପସ୍ଥାପନ ସହିତ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲା। ତେବେ ସୁନକ କହିଛନ୍ତି ଯେ ସେ ଜାଣିଶୁଣି କୌଣସି ଭୁଲ୍‌ କରିନାହାନ୍ତି।

 

Leave A Reply

Your email address will not be published.