‘ଏକଲବ୍ୟ ପୁରସ୍କାର’ ପାଇବେ ଟେନିସ ତାରକା ଦେବାଶିଷ ସାହୁ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଘୋଷଣା ହୋଇଛି ୨୦୨୩ ମସିହା ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର । ଏଣୁ ‘ଏକଲବ୍ୟ ପୁରସ୍କାର’ ପାଇବେ ଟେନିସ ତାରକା ଦେବାଶିଷ ସାହୁ। ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ। ଇଣ୍ଡିଆନ ମେଟାଲସ୍‌ ପବ୍ଲିକ ଚାରିଟେବଲ ଟ୍ରଷ୍ଟ(ଇମ୍ପାକ୍ଟ) ପକ୍ଷରୁ ଏହି ଘୋଷଣା ହୋଇଛି।

ସେହିପରି ୨୦୨୩ ମସିହା ପାଇଁ ୨ ଜଣ ଉପବିଜେତାଙ୍କ ନାଁ ମଧ୍ୟ ଘୋଷଣା ହୋଇଛି। ସେମାନେ ହେଲେ ଆଥଲେଟ ବାପି ହାଁସଦା ଓ ଭାରୋତ୍ତୋଳକ ଜ୍ୟୋତ୍ସ୍ନା ସବର। ବାପି ଓ ଜ୍ୟୋତ୍ସ୍ନାଙ୍କୁ ୧ ଲକ୍ଷ ଲେଖାଏଁ ଟଙ୍କା ସହ ମାନପତ୍ର ପ୍ରଦାନ କରାଯିବ। ୧୯୯୩ ମସିହାରୁ ନିରବଚ୍ଛିନ୍ନ ଭାବେ ଏହି ପୁରସ୍କାର ପ୍ରଦାନ କରି ଆସୁଛି ଇମ୍ପାକ୍ଟ।ଚଳିତବର୍ଷ ଏକଲବ୍ୟ ପୁରସ୍କାର ବିଜେତାଙ୍କ ନାଁ ଘୋଷଣା କରିବା ଅବସରରେ ‘ଇମ୍ପାକ୍ଟ’ର ଟ୍ରଷ୍ଟି ତଥା ଏକଲବ୍ୟ ପୁରସ୍କାର କମିଟି ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଏହି ପୁରସ୍କାର ମାଧ୍ୟମରେ ରାଜ୍ୟର ଉଦୀୟମାନ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ହେଉଛି ଆମର ମୂଳ ଲକ୍ଷ୍ୟ। ଯାହାଫଳରେ ସେମାନେ ଅଧିକରୁ ଅଧିକ ଉନ୍ନତ କ୍ରୀଡ଼ା ପ୍ରଦର୍ଶନ କରି ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ।

Leave A Reply

Your email address will not be published.