ପୁଣି ଆସାମରେ ଭୟଙ୍କର ବନ୍ୟା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ପୁଣି ଆସାମରେ ଭୟଙ୍କର ହେଲା ବନ୍ୟା ପରିସ୍ଥତି । ଉତ୍ତର ପୂର୍ଵାଞ୍ଚଳରେ ପ୍ରଵଳ ଵର୍ଷା କାରଣରୁ ଆସାମରେ ଵନ୍ୟା ପପରିସ୍ଥିତି ଉପୁଜିଛି । ୨୧ଟି ଜିଲ୍ଲା ଭୟଙ୍କର ଵନ୍ୟାରେ ପ୍ରଭାଵିତ ହୋଇଛି । ରାଜ୍ୟରେ ପ୍ରଵାହିତ ହେଉଥିଵା ଅଧିକାଂଶ ନଦୀ ଯଥା ଵ୍ରହ୍ମପୁତ୍ର, ଵେକି, ଵାରପେଟା, ଦିଶାଙ୍ଗ ଵିପଦ ଶଙ୍କୁଳ ରେଖାରୁ ଉର୍ଦ୍ଧ୍ୱରେ ପ୍ରଵାହିତ ହେଉଛି । ଡିଵ୍ରୁଗଡ, ଧୁଵରି, ଗୈାହାଟି, ତେଜପୁର ଆଦି ସ୍ଥାନରେ ଥିଵା ଲୋକେ ଅଥିକ ପ୍ରଭାଵିତ ହୋଇଛନ୍ତି ।

ଵର୍ତ୍ତମାନ ସୁଦ୍ଧା ରାଜ୍ୟର ୩ ଲକ୍ଷରୁ ଅଧିକ ଲୋକ ଵନ୍ୟା କାରଣରୁ ପ୍ରଭାଵିତ ହୋଇଥିଵା ଵେଳେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ଲକ୍ଷ୍ମୀପୁର ଜିଲ୍ଲାରେ ସର୍ଵାଧିକ ୭୧ ହଜାର ୮୮୯ ଜଣ ଵନ୍ୟା ଦ୍ଵାରା ପ୍ରଭାଵିତ ହୋଇଛନ୍ତି।

Leave A Reply

Your email address will not be published.