ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ବିରୋଧରେ ମାମଲା ରୁଜୁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବଢିଲା କଂଗ୍ରେସ ନେତା ଦିଗବିଜୟ ସିଂଙ୍କ ଅଡୁଆ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ବଜରଙ୍ଗ ଦଳର ସଦସ୍ୟମାନେ କୋଟୱାଲୀ ପୋଲିସ ଷ୍ଟେଶନରେ ପହଞ୍ଚି ଦିଗବିଜୟଙ୍କ ବିରୋଧରେ ଧାରା ୧୫୩-ଏ, ୧୭୭, ୫୦୫ (୨) ଅନୁଯାୟୀ ମାମଲା ରୁଜୁ କରିଥିଲେ।

ଅଗଷ୍ଟ ୨୮ରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ତାଙ୍କ ଏକ୍ସ ଆକାଉଣ୍ଟରୁ ଏକ ଟୁଇଟ କରିଥିଲେ। ଏଥିରେ ସେ ଲେଖିଥିଲେ, ଆଚାର୍ୟ୍ୟ ବିଦ୍ୟାସାଗର ମହାରାଜଙ୍କ ଦ୍ୱାରା ଦେଶର ଅନ୍ୟତମ ଭବ୍ୟ ମନ୍ଦିର ମଧ୍ୟରୁ ଅନ୍ୟତମ ଶ୍ରୀ ଦିଗମ୍ବର ଜୈନ ସିଦ୍ଧ କ୍ଷେତ୍ର କୁନ୍ଦୁଲପୁର ପରିସରରେ ଗତ ରାତିରୁ ବଜରଙ୍ଗ ଦଳର ସାମାଜିକ ବିରୋଧୀ ବ୍ୟକ୍ତିମାନେ ଶିବଲିଙ୍ଗ ସ୍ଥାପନା କରି ଉତ୍ପାତ ଆରମ୍ଭ କରିଛନ୍ତି।

Leave A Reply

Your email address will not be published.