ଆଉ କ୍ୟାନସରକୁ ନାହିଁ ଭୟ, ଏଣିକି ୭ ମିନିଟରେ ହେବ ଚିକିତ୍ସା

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : କ୍ୟାନସର ରୋଗକୁ ସମସ୍ତେ ଭୟ କରିଥାନ୍ତି । କାରଣ ଏହି ରୋଗ ହେଲେ ମୁକ୍ତ ହେବାର ସମ୍ଭାବନା ଖୁବ୍ କମ୍ ରହିଥାଏ । ସେଥିପାଇଁ ଏହି ରୋଗକୁ ସମସ୍ତେ ଭୟ କରିଥାନ୍ତି । କିନ୍ତୁ ଏଣିକି ୭ ମିନିଟରେ ହେବ କ୍ୟାନସର କିଚିତ୍ସା । ବ୍ରିଟେନ୍ ବିଶ୍ୱର ପ୍ରଥମ ଦେଶ ଭାବେ ଏପରି ଏକ ଚିକିତ୍ସା ପ୍ରଣାଳୀ ବାହାର କରିଛି । ଦେଶର ନ୍ୟାସନାଲ ହେଲ୍ଥ ସର୍ଭିସ୍ ବା ଜାତୀୟ ସ୍ୱାସ୍ଥ୍ୟ ସେବା ଏପରି ଏକ ଇନଞ୍ଜେକ୍ସନ ଆଣିଛି ଯାହା ମାତ୍ର ୭ ମିନିଟରେ କ୍ୟାନସର ଚିକିତ୍ସା କରିବ ବୋଲି ଦାବି କରିଛି । ବ୍ରିଟେନର ମେଡିସିନ୍ ଆଣ୍ଡ ହେଲ୍ଥକେୟାର ରେଗୁଲେଟୋରୀ ଏଜେନ୍ସିର ଅନୁମୋଦନ ପରେ ଜାତୀୟ ସ୍ୱାସ୍ଥ୍ୟ ସେବା ମଙ୍ଗଳବାର ଏହି ଘୋଷଣା କରିଛି ।

ଚିକିତ୍ସା ପାଇଁ ଯେଉଁ ଇନଜେକ୍ସନ୍ ପ୍ରସ୍ତୁତ ହୋଇଛି ତାହା କ୍ୟାନସର ରୋଗୀଙ୍କୁ ଚର୍ମ ତଳେ ଦିଆଯିବ । ଯାହା କ୍ୟାନସର ଚିକିତ୍ସା ପ୍ରଣାଳୀର ସମୟକୁ କମାଇଦେବ । ଏହି ଚିକିତ୍ସା ପ୍ରଣାଳୀରେ ରୋଗୀଙ୍କୁ ଶୀଘ୍ର ଚିକିତ୍ସା ଯୋଗାଇ ଦିଆଯିବା ସହ କମ୍ ସମୟରେ ଅଧିକ ରୋଗୀ ସେବା ହୋଇପାରିବ ବୋଲି ଦାବି କରିଛି ଏନଏଚଏସ୍ । କ୍ୟାନସର ରୋଗୀଙ୍କୁ ଯେଉଁ ଇନଞ୍ଜେକ୍ସନ ଦିଆଯାଏ, ତାହା ଭେନ୍ ଜରିଆରେ ଦିଆଯାଇଥାଏ । ଏହି ପ୍ରଣାଳୀ ପ୍ରାୟ ଅଧଘଣ୍ଟାରୁ ଘଣ୍ଟାଏ ସମୟ ଲାଗିଥାଏ । ମାତ୍ର ଏନ୍ଏସ୍ଏ ଦ୍ୱାରା ବାହାର କରାଯାଇଥିବା ଏହି ପ୍ରଣାଳୀରେ ରୋଗୀଙ୍କୁ ଚର୍ମ ତଳେ ଇନଞ୍ଜେକ୍ସନ ଦିଆଯିବ । ଆଉ ଏଥିରେ କେବଳ ୭ ମିନିଟ୍ ହିଁ ସମୟ ଲାଗିବ ।

ଏହି ଇନଞ୍ଜେକ୍ସନର ନାମ ହେଉଛି ଏଟିଜୋଲିଜୁମାବ । ଏହାକୁ ଜେନେଟେକ୍ କମ୍ପାନୀ ପ୍ରସ୍ତୁତ କରିଛି । ଏହି ଇନଜେକ୍ସନ୍ ଶରୀରର ରୋଗ ପ୍ରତିରୋଧକ ବଢାଇବା ସହ କ୍ୟାନସର ସେଲକୁ ନଷ୍ଟ କରିଦେବ । ଏବେ ବ୍ରିଟେନର ଜାତୀୟ ସ୍ୱାସ୍ଥ୍ୟ ସେବା କ୍ୟାନସର ରୋଗୀଙ୍କ ଠାରେ ଏଭଳି ଚିକିତ୍ସା ପ୍ରଣାଳୀ ପ୍ରୟୋଗ କରିବା ଆରମ୍ଭ କରି ଦେଇଛି । ବିଶେଷ କରି ଫୁସଫୁସ୍, ସ୍ତନ, ଯକୃତ ଓ ମୁତ୍ରାସୟ କର୍କଟ ରୋଗୀଙ୍କ ଠାରେ ଏହି ୭ ମିନିଟ୍ ଚିକିତ୍ସା ପ୍ରଣାଳୀ ପ୍ରୟୋଗ କରାଯାଇଛି ।

Leave A Reply

Your email address will not be published.