ପିପଲିରୁ ଏକ କୋଟିର ବ୍ରାଉନସୁଗାର ଜବତ କଲା ଏସଟିଏଫ୍

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପିପଲିରୁ ଏକ କୋଟିର ବ୍ରାଉନସୁଗାର ଜବତ କଲା ଏସଟିଏଫ୍। ଉତ୍ତର-ପିପଲି ନିକଟରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଛି। ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଏସଟିଏଫ୍। ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ସନ୍ଧ୍ୟା ବେଳେ ଏସଟିଏଫର ଏକ ଟିମ୍ ଉତ୍ତର-ପିପଲି ନିକଟରେ ଚଢଉ କରିଥିଲା। ଘଟଣାସ୍ଥଳରୁ ୧କିଲୋ ୮୦ ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା ଏବଂ ଦୁଇଜଣ ଡ୍ରଗ୍ ବେପାରୀଙ୍କୁ ଧରିଥିଲା ଏସଟିଏଫ।

ଦୁଇ ଅଭିଯୁକ୍ତ ହେଲେ ପିପିଲିର ଲିପୁନ୍ ପାଣ୍ଡେ ଏବଂ ଖୋର୍ଦ୍ଧା ଜିଲ୍ଲା ସାରଦାପୁର ମସଜିଦ ଗଳିର ଏସ କେ ଅବ୍ବାଶ। ଏହାଛଡ଼ା ଉଭୟଙ୍କ ପାଖରୁ ଅନ୍ୟାନ୍ୟ ଅପରାଧୀ ସାମଗ୍ରୀ ଉଦ୍ଧାର କରାଯାଇ ଜବତ କରାଯାଇଛି। ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯିବ।

Leave A Reply

Your email address will not be published.