ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କଟକ ସେଣ୍ଟ୍ରାଲ ରେଡକ୍ରସ ରକ୍ତ ଭଣ୍ଡାରରେ ରକ୍ତ ଅନିୟମିତତା ଘଟଣାରେ ରକ୍ତ ଭଣ୍ଡାର କତୃପକ୍ଷଙ୍କ ଦୃଢ କାର୍ଯ୍ୟାନୁଷ୍ଠାନ । ଉକ୍ତ ଘଟଣାର ତଦନ୍ତ ଦାୟିତ୍ବରେ ଥିବା ୪ଜଣ ଟେକ୍ନିସିଆନକୁ ନିଲମ୍ବିତ କରିଛନ୍ତି ରେଡକ୍ରସ ରକ୍ତ ଭଣ୍ଡାର ନିର୍ଦ୍ଦେଶକ । ଏହି ୪ ଜଣ ବ୍ୟକ୍ତି ରାଇକଲ ଥୋମାସ, ରଞ୍ଜନ ଦାସ, ତାପସ ମହନ୍ତ ଓ ସନ୍ଦିପ ସ୍ବାଇଁ ବୋଲି ଜଣାପଡିଛି ।
ସୂଚନାଯୋଗ୍ୟ ଗତ ୨୯ ତାରିଖରେ କଟକ ଝୋଲା ସାହି ଅଞ୍ଚଳର ବିଭୂତି ଜେନାଙ୍କୁ ଏ ପଜିଟିଭି ବ୍ଲଡ ବଦଳରେ ବି ପଜିଟିଭ୍ ଦିଆଯାଇଥିଲା । ରକ୍ତ ନେବା ପରେ ହଠାତ୍ ରୋଗୀ ଜଣକ ଅସୁସ୍ଥ ହୋଇପଡିଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । ପରେ ରକ୍ତକୁ ପରୀକ୍ଷା କରାଯିବା ପରେ ତାହା ବି ପଜିଟିଭ୍ ବୋଲି ଜଣାପଡିଥିଲା । ଏହି ଘଟଣାରେ ତଦନ୍ତ କରି ଆଜି ନିଲମ୍ବିତ କରାଯାଇଛି ୪ଜଣ ଟେକ୍ସିସିଆନ।