ସୋମବାର କାଶ୍ମୀର ଉପତ୍ୟକାରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ସୁରକ୍ଷା ବାହିନୀ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି ।ନିହତ ଆତଙ୍କବାଦୀକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ନାହିଁ। ଅବନ୍ତୀପୋରା ପୋଲିସ୍, ଆର୍ମି ଏବଂ ସିଆରପିଏଫଙ୍କ ମିଳିତ ଉଦ୍ୟମ ଦ୍ୱାରା ଏହି ଅପରେସନ୍ ଚାଲିଛି |
ନାମ୍ବାୱାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଲୁଚି ରହିଥିବା ସମ୍ପର୍କରେ ଅବନ୍ତୀପୋରା ପୋଲିସ ସୂଚନା ପାଇଥିଲା। ଯାହା ଆଧାରରେ ସେହି ଅଞ୍ଚଳକୁ ଘେରବନ୍ଦୀ କରି ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା | ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇବା ଆରମ୍ଭ କରି ଦେଇଛନ୍ତି। ସୁରକ୍ଷା ବାହିନୀର ଦଳ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାର ସୁଯୋଗ ଦେଇଥିଲା, ଯାହାକୁ ଆତଙ୍କବାଦୀମାନେ ପ୍ରତ୍ୟାଖ୍ୟାନ କରିଥିଲେ। ଯାହା ପରେ ସୁରକ୍ଷା ବାହିନୀ ଦ୍ୱାରା ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଆତଙ୍କବାଦୀଙ୍କ ମୃତ୍ୟୁକୁ କାଶ୍ମୀର ଜୋନ୍ ପୋଲିସ ନିଶ୍ଚିତ କରିଛି। ଆତଙ୍କବାଦୀମାନେ କାଶ୍ମୀରରେ ସୁରକ୍ଷା ବାହିନୀ ଏବଂ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବାକୁ ଷଡଯନ୍ତ୍ର କରୁଛନ୍ତି। ଏନେଇ ସୋମବାର ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଗାଣ୍ଡରବାଲରେ ଗ୍ରେନେଡ ଆକ୍ରମଣ କରିଥିଲେ ଆତଙ୍କବାଦୀ। ତେବେ ଏହି ଆକ୍ରମଣରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଏବେ ମଧ୍ୟ ଉକ୍ତ ଅଞ୍ଚଳରେ ଅପରେସନ୍ ଆରମ୍ଭ ଜାରି ରହିଛି।