ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀମନ୍ଦିର ନାଟ ମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟରେ ହେଲା ମିସ କେସ୍ ଦାୟର। ଶ୍ରୀମନ୍ଦିର ନାଟ ମଣ୍ଡପର ତୁରନ୍ତ ମରାମତି ହେବା ଆବଶ୍ୟକ ବୋଲି ନିକଟରେ ହାଇକୋର୍ଟଙ୍କୁ ଅବଗତ କରାଇଥିଲେ ଅମିକସକ୍ୟୁରି ଏନ କେ ମହାନ୍ତି। ଉକ୍ତ ରିପୋର୍ଟକୁ ଆଧାର କରି ଆଜି ହାଇକୋର୍ଟରେ ଦାୟର ହୋଇଛି ମିସ କେସ ଆବେଦନକାରୀ ଅଭିଷେକ ଦାସ ନିଜ ପିଟିସନରେ ଉଲ୍ଲେଖ କରିଛନ୍ତି ଯେ ନାଟ ମଣ୍ଡପର ଵିମ୍ ଅତ୍ୟନ୍ତ ଦୁର୍ବଳ ଓ ବିପଦସଂକୁଳ ଅବସ୍ଥାରେ ରହିଛି, ତେଣୁ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରିବା ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାଲାଗି ଆବେଦନ କରିଛନ୍ତି ପିଟିସନର। ପ୍ରତ୍ୟେକ ମାସରେ ମରାମତି କାମକୁ ସମୀକ୍ଷା କରାଯାଉ, ଉଭୟେ ଏଏସଆଇ ଏବଂ ଅମିକସକ୍ୟୁରି ଏନେଇ ପ୍ରତି ମାସରେ ଷ୍ଟାଟସ ରିପୋର୍ଟ ଦାଖଲ କରନ୍ତୁ ବୋଲି ଆବେଦନ କରାଯାଇଛି।
ଜଗମୋହନ ଏବଂ ନାଟ ମଣ୍ଡପର ମରାମତି ଲାଗି ପୂର୍ବରୁ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିକଟରେ ଉକ୍ତ ମାମଲାର ଶୁଣାଣି ବେଳେ ଅମିକସକ୍ୟୁରି ଯେଉଁ ରିପୋର୍ଟ ଦାଖଲ କରିଛନ୍ତି, ନାଟ ମଣ୍ଡପର ଵିମ ଅତ୍ୟନ୍ତ ଦୁର୍ବଳ ଏବଂ ବିପଦ ସଂକୁଳ ଅବସ୍ଥାରେ ରହିଛି ବୋଲି ସେଥିରେ ଉଲ୍ଲେଖ ରହିଛି ।
Comments are closed.