ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭୁବନେଶ୍ବର କଂଗ୍ରେସ ଭବନ ନିକଟରୁ ଜଣେ ଅଜଣା ଯୁବକଙ୍କ ମୃତଦେହ ଠାବ କରାଯାଇଛି। ଏକ କାର୍ରେ ମୃତଦେହ ଆଣି କେହି ଦୁର୍ବୃତ୍ତ ଏଠାରେ ଫିଙ୍ଗିଦେଇଥିବା ସ୍ଥାନୀୟ ଯୁବକ କହିଛନ୍ତି । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନାହିଁ । ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ପୋଲିସ । ଘଟଣାର ଅଧିକ ତଦନ୍ତ ଚଳାଇଛି ପୋଲିସ ।